ନର୍ଲାରେ ଓଡ଼ିଶା ବନ୍ଦ ର ପ୍ରଭାବ : ବାଲେଶ୍ଵର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଓ ମୃତ୍ୟୁ ଘଟଣାକୁ ନେଇ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା,

Jul 18, 2025 - 17:01
Jul 18, 2025 - 17:01
 0  11
ନର୍ଲାରେ ଓଡ଼ିଶା ବନ୍ଦ ର ପ୍ରଭାବ : ବାଲେଶ୍ଵର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଓ ମୃତ୍ୟୁ ଘଟଣାକୁ ନେଇ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା,

ନର୍ଲାରେ ଓଡ଼ିଶା ବନ୍ଦ ର ପ୍ରଭାବ : ବାଲେଶ୍ଵର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଓ ମୃତ୍ୟୁ ଘଟଣାକୁ ନେଇ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା

ନର୍ଲା ଶୁଭମ ବାର୍ତ୍ତା :- ନର୍ଲାରେ ଓଡ଼ିଶା ବନ୍ଦ ର ପ୍ରଭାବ : ବାଲେଶ୍ଵର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଓ ମୃତ୍ୟୁ ଘଟଣାକୁ ନେଇ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଥିଲେ କଂଗ୍ରେସ ସମେତ ୮ ରାଜନୈତିକ ଦଳ। କଂଗ୍ରେସ କମିଟି ପକ୍ଷରୁ ନର୍ଲାରେ ଆୟୋଜିତ ଉକ୍ତ ବନ୍ଦ ପାଳନରେ ନର୍ଲା ବ୍ଳକ୍ ର ଯୁବ କଂଗ୍ରେସ ସଭାପତି ଦୀପୁ ପାତ୍ର, କଂଗ୍ରେସ ନେତା ଚୁଲମଣି ଗୌଡ଼ିଆ, ନିରଜ ଶର୍ମା, ରଜନୀ କୁମାର, ରିଚେକର ଦୀପ, ପିଣ୍ଟୁ ନାଗ, ସୀମା ବେହେରା, ଅଲେଖ ସେନାପତି, ଗଣପତି ପରାଭୋଇ, ଡୋଲାଧର ଜାନୀ, ସନ୍ତୋଷ ମାଝୀ, ଶିବରାମ ମାଝୀ, ଡିଙ୍ଗର ପାତ୍ର, ସିପିଆଇ ଏମଏଲ ଜିଲ୍ଲା ସମ୍ପାଦକ କେଶବ ପଧାନ ଓ ସହ ସମ୍ପାଦକ ଦୟାସାଗର ନାଏକଙ୍କ ସମେତ ଅନେକ କର୍ମୀ ଉପସ୍ଥିତ ଥିଲେ। ତେବେ ବ୍ଲକର ନର୍ଲା ରୋଡ୍,ତୁଲାପଡା, ବାଲିପଡା ଓ ସେରଗଡରେ ବନ୍ଦର ପ୍ରଭାବ ପଡ଼ି ନ ଥିବା ନଜର କୁ ଆସି ଥିବା ବେଳେ ନର୍ଲା ସହର ରେ ତାର ବିଶେଷ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି । ସହର ର ସମସ୍ତ ସରକାରୀ ବେ ସରକାରୀ ଅଫିସ୍, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ୍, ପେଟ୍ରୋଲ୍ ପମ୍ପ, ସ୍କୁଲ, କଲେଜ୍, ଏପରିକି ସହର ରେ ବସୁଥିବା ସାପ୍ତାହିକ ଗୁରୁବାର ହାଟ ମଧ୍ୟ ବନ୍ଦ ରହିଥିବା ଦୃଶ୍ୟ ଦେଖିବାକୁ ମିଳିଛି। ସକାଳ ୬ ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ପାଳିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମ କୁ ନର୍ଲା ପୋଲିସ୍ ର ସହାୟତା ରେ ଶାନ୍ତି ଶୃଙ୍ଖଳା ସହିତ କଂଗ୍ରେସ୍ କର୍ମୀ ମାନେ ପିକେଟିଙ୍ଗ କରିଥିବା ନଜର କୁ ଆସିଛି।

   ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow