ସରକାରୀ ଜମିରେ ରାଜନେତା ଙ୍କ ବିଳାସ ପୂର୍ଣ୍ଣ ଘର ! ସରକାର ଙ୍କ କାର୍ଯ୍ୟ।ନୁଷ୍ଠାନ କେବେ ? ଜବର ଦଖଲ ପାଇଁ ଘେରିଲେ ବଳବସପୁର ଗ୍ରାମବାସୀ !

Apr 18, 2026 - 17:37
 0  87
ସରକାରୀ ଜମିରେ ରାଜନେତା ଙ୍କ ବିଳାସ ପୂର୍ଣ୍ଣ ଘର !  ସରକାର ଙ୍କ କାର୍ଯ୍ୟ।ନୁଷ୍ଠାନ କେବେ ? ଜବର ଦଖଲ ପାଇଁ ଘେରିଲେ ବଳବସପୁର ଗ୍ରାମବାସୀ !

ସରକାରୀ ଜମିରେ ରାଜନେତା ଙ୍କ ବିଳାସ ପୂର୍ଣ୍ଣ ଘର ! 

ସରକାର ଙ୍କ କାର୍ଯ୍ୟ।ନୁଷ୍ଠାନ କେବେ ?

ଜବର ଦଖଲ ପାଇଁ ଘେରିଲେ ବଳବସପୁର ଗ୍ରାମବାସୀ !

ନର୍ଲା, ଶୁଭମ ବାର୍ତ୍ତା (ଅଜିତ ମାଝୀ )କଳାହାଣ୍ଡି ଜିଲ୍ଲା ନର୍ଲା ତହସିଲ ଅନ୍ତର୍ଗତ ରୁପ୍ରା ରୋଡ଼ ଓ ବଳବସପୁର ଗ୍ରାମ ରେ କୋଟି କୋଟି ଟଙ୍କା ର ମୁଲ୍ୟବାନ ସରକାରୀ ଗୋଚର ଓ ଜଳଚର ପତରା ଅନାବାଦୀ ଜମିକୁ ସେହି ଗ୍ରାମର କିଛି ପ୍ରଭାବଶାଳୀ ନେତା ଓ ତାଙ୍କ ପରିବାର ସମର୍କୀୟ ମାନେ ଦୀର୍ଘ ଦଶନ୍ଧି ଦଶନ୍ଧି ଧରି କୋଟି କୋଟି ଟଙ୍କାର ସରକାରୀ ଜାଗା ରେ ବେଆଇନ ଭାବ ରେ ଗୃହ ନିର୍ମାଣ କରି ବିଭିନ୍ନ ଡିପୋ ବିଲାସ ପୂର୍ଣ୍ଣ ପାର୍କ ନିର୍ମାଣ କରି ଲକ୍ଷ ଲକ୍ଷ ଟଙ୍କା ଅସଦ ଉପାୟ ରେ ଉପାର୍ଜନ କରୁଥିବା ଅଭିଯୋଗ ଆଣିଛନ୍ତି ବଳବସପୁର ଓ ରୁପ୍ରା ରୋଡ଼ ଗ୍ରାମ ର ଗ୍ରାମବାସୀ ପ୍ରାପ୍ତ ସୂଚନା ଅନୁଯାୟୀ ଗତ କିଛି ଦିନ ତଳେ ନର୍ଲା ବିଧାୟିକା ମନୋରମା ମାହାନ୍ତି ଙ୍କ ସ୍ୱାମୀ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଙ୍କ ନାମରେ ସରକାରୀ ଜମିରେ ବେଆଇନ ଗୃହ ନିର୍ମାଣ କରିଥିବା ଏକ କାରଣ ଦର୍ଶାଅ ନୋଟିସ ଦୁର୍ଗା ପ୍ରସାଦ ମହାନ୍ତି ଙ୍କ ନାମ ରେ ତାଙ୍କ ଘର ସମ୍ମୁଖରେ ଦିଆଯାଇ ପନ୍ଦର ଦିନ ମଧ୍ୟରେ ନିଜ ପକ୍ଷ ରଖିବା ପାଇଁ ନର୍ଲା ତହସିଲ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା କିନ୍ତୁ ଜଣେ ପ୍ରଭାଶାଳୀ ନେତା କୋଟି କୋଟି ଟଙ୍କାର ସମ୍ପତ୍ତି ଥିବା ବ୍ୟକ୍ତିମାନେ କାହିଁକି ସରକାରୀ ଜମିକୁ ବେଆଇନ ଜବରଦଖଲ କରିଛନ୍ତି ବୋଲି ପ୍ରଶ୍ନ ଉଠାଇ ବା ସହ ସମସ୍ତ ଜମି କୁ ଜବରଦଖଲ ମୁକ୍ତ କରାଯାଇ ସେହି ଜାଗାରେ ନିର୍ମାଣ କରାଯାଇଥିବା ସମସ୍ତ ଗୃହ, ଜିମ୍,ଅନ୍ୟାନ୍ୟ ନିର୍ମାଣ ଭବନ ଗୁଡିକୁ ତୁରନ୍ତ ଭଙ୍ଗାଯାଇ ଲେଣ୍ଡ ପ୍ରୋଟେକସନ୍ ନିୟମ ଅନୁଯାୟୀ ସରକାରୀ ଜମିକୁ ସୁରକ୍ଷିତ ରଖିବା ପାଇଁ ବଲବସ ପୁର ଠାରୁ ରୁପ୍ରାରୋଡ ଦେଇ ବର ଗାଁ ଛକ ପର୍ଯ୍ୟନ୍ତ ପ୍ଲା କାର୍ଡ ଓ ବେନର ଧରି ସ୍ଲୋଗାନ ଦେଇ ବଲବସପୁର ଗ୍ରାମବାସି ପ୍ରତିବାଦ ଜଣାଇଛନ୍ତି ଏବଂ ବହୁ ସ୍ଵାକ୍ଷର ସମ୍ବଳ ଏକ ଦାବିପତ୍ର ସ୍ଥାନୀୟ ତହସିଲଦାର ଓ ଉପଜିଲ୍ଲାପାଳ ଭବାନୀପାଟଣା ଏବଂ ଜିଲ୍ଲାପାଳ କଳାହାଣ୍ଡି ଙ୍କୁ ଅବଗତ କରିବୁବୋଲି ଆନ୍ଦୋଳନ କାରି ମାନେ ପ୍ରକାଶ କରିଛନ୍ତି

What's Your Reaction?

like

dislike

love

funny

angry

sad

wow