ଭିନ୍ନକ୍ଷମ ମହିଳା ଙ୍କୁ ନିର୍ମମ ଭାବେ ହତ୍ୟା କଲା ମଦ୍ୟପ ସ୍ଵାମୀ । ନର୍ଲା ଥାନାରେ ଅଭିଯୋଗ ! ହତ୍ୟାକାରୀ କୁ ଗିରଫ କରିଛି ନର୍ଲା ପୋଲିସ ।
ଭିନ୍ନକ୍ଷମ ମହିଳା ଙ୍କୁ ନିର୍ମମ ଭାବେ ହତ୍ୟା କଲା ମଦ୍ୟପ ସ୍ଵାମୀ । ନର୍ଲା ଥାନାରେ ଅଭିଯୋଗ !
ହତ୍ୟାକାରୀ କୁ ଗିରଫ କରିଛି ନର୍ଲା ପୋଲିସ ।
ନର୍ଲା ଶୁଭମ ବାର୍ତ୍ତା :- ଦିନ ଥିଲା ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ସମ୍ପର୍କ ଆତ୍ମୀୟତା ଓ ଅତୁଟ ବିଶ୍ବାସ ରହିଥିଲା କିନ୍ତୁ ଆଜିର ଆଧୁନିକ ଯୁଗରେ ପୁରୁଷ,ମହିଳା,ସ୍ଵାମୀ ସ୍ତ୍ରୀ ,ଯୁବକ ଯୁବତୀ ମାନେ କାମ, କ୍ରୋଧ, ଲୋଭ, ମାୟା ମିଛ,ଛଳନା ଅବିଶ୍ବାସ ରେ ପଡ଼ି ସ୍ବାମୀ କେତେବେଳେ ସ୍ତ୍ରୀ ର ଜୀବନ ନେଉଛି ତ ସ୍ତ୍ରୀ ନିଜ ପ୍ରେମିକ କୁ ଡାକି ହତ୍ୟା କରୁଛି ବାପା ମା ପୁଅ ପାଇଁ ବାଧକ ସାଜିଛି ଓ ହତ୍ୟା କରି ନିଜ ଜୀବନ କୁ ବଜି ଲଗାଇ କଳଙ୍କ ଅଧ୍ୟାୟ ସୃଷ୍ଟି କରୁଛନ୍ତି ଏମିତି ଏକ ଦୁଃଖଦ ଘଟଣା ଘଟିଛି ନର୍ଲା ଥାନା ଅନ୍ତର୍ଗତ ଦେହେଳି ଗ୍ରାମର ମୋହିନୀ ଦୀପ ୩୭ ବର୍ଷୀୟା ଭିନ୍ନକ୍ଷମ ମହିଳା ଙ୍କୁ ତାଙ୍କ ପ୍ରେମିକ ଅର୍ଥାତ ସ୍ଵାମୀ ଭଗଵାନ ଗଉଡ ନାମକ ଦୁର୍ବୃତ୍ତ ନିର୍ମମ ଭାବେ ହତ୍ୟା କରି ଫିଙ୍ଗି ଦେଇଥିବା ଘଟଣା ଲୋକଲୋଚନକୁ ଆସିଥିଲା।
ସୂଚନା ଅନୁଯାୟୀ ଗତ ୧୪ ତାରିଖ ପଣା ସଂକ୍ରାନ୍ତି ଦିନ ଦେହେଲୀ ଗ୍ରାମର ରମା ଦୀପ ନାମକ ବୃଦ୍ଧା ନିଜ ଝିଅ ଭିନ୍ନକ୍ଷମ ମୋହିନୀ ଦୀପ ଙ୍କୁ ନେଇ ବୁଡ଼ି ପଦର ଗ୍ରାମକୁ ନେଇ ଛାଡ଼ିଦେଇ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଗତ ଗୁରୁବାର ଦିନ ଭଗଵାନ ଗଉଡ ନାମକ ଦୁର୍ବୃତ୍ତ ନିଜ ସ୍ତ୍ରୀ ଓ ମୋହିନୀ ଦୀପ ଓ ଦୁଇ ପୁଅ ଙ୍କୁ ନେଇ ବୁଢ଼ୀ ପଦର ଗ୍ରାମକୁ ଯିବା ସମୟରେ ନିକଟସ୍ଥ ନିଛାଟିଆ ବରଗଛ ପାଖକୁ ନେଇଥିଲା ମୋହିନୀ କୁ ଭଗବାନ ହାତରେ ଆଣିଥିବା ହତୁଡ଼ି ଦ୍ଵାରା ମୁଣ୍ଡ କୁ ଲକ୍ଷ୍ୟ କାରୀ ନିର୍ମମ ଭାବେ ହତ୍ୟା କରି ମାରି ଫିଙ୍ଗି ଦେଇଥିଲା ସାଙ୍ଗରେ ନେଇଥିବା ଦୁଇ ନିଜ ପୁଅ ନା ବାଳକ ଙ୍କୁ ଧମକ ଦେଇଥିଲା। ଗତ ଶନିବାର ଦିନ ମୃତ ମହିଳା ଙ୍କ ଶବ ପଡ଼ିଥିବା ସୂଚନା ପାଇଁ ନର୍ଲା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲା ଏକ ମାମଲା ରୁଜୁ କରିଥିଲା ଓ ଶବ କୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଥିଲା ପୋଲିସ ତଦନ୍ତ ରୁ ଜାଣିପାରିଲା ଭଗବାନ ଗଉଡ଼ ହିଁ ନିଜ ସ୍ତ୍ରୀ କୁ ହତ୍ୟା କରିଥିବା ସନ୍ଧେହ କରିଥିଲା ଓ ହତ୍ୟାକାରୀ ମଦ୍ୟପ ଭଗବାନ୍ ଗଉଡ଼ ଙ୍କୁ ଗିରଫ କରି ଥାନାରେ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଥିଲା ଘଟଣା କୁ ନେଇ ମୃତ ଭିନ୍ନକ୍ଷମ ମହିଳା ଙ୍କ ମାଆ ଉମା ଗଉଡ଼ ସୋମବାର ଦିନ ନର୍ଲା ଥାନା କୁ ଆସି ଲିଖିତ ଅଭିଯୋଗ କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ଶବ ଟିକୁ ପରିବାର କୁ ହସ୍ତାନ୍ତର କରାଯାଇଛି ବୋଲି ସୂଚନା ମିଳିଛି।
What's Your Reaction?