ନର୍ଲା ବିଜେଡି ପକ୍ଷରୁ ପୋଲିସ୍ ଡ଼ିଜି ଙ୍କ ଉଦ୍ଦେଶ୍ୟ ରେ ସ୍ମାରକପତ୍ର ପ୍ରଦାନ
ନର୍ଲା ବିଜେଡି ପକ୍ଷରୁ ପୋଲିସ୍ ଡ଼ିଜି ଙ୍କ ଉଦ୍ଦେଶ୍ୟ ରେ ସ୍ମାରକପତ୍ର ପ୍ରଦାନ
ଶୁଭମ ବାର୍ତ୍ତା :- ରାଜ୍ୟରେ ବିଜେପି ସରକାର୍ ଗଠନ ହେବା ପରେ ମହିଳା ମାନଙ୍କ ଉପରେ ଅତ୍ୟାଚାର ବଢ଼ିଥିବା ଅଭିଯୋଗ ଆଣି ମହିଳା ମାନଙ୍କୁ ସୁରକ୍ଷା ଦେବାପାଇଁ ସାରା ରାଜ୍ୟରେ ବିଜେଡି ପକ୍ଷରୁ ଡ଼ିଜି ଙ୍କ ଉଦ୍ଦେଶ୍ୟ ରେ ସ୍ମାରକ ପତ୍ର ପ୍ରଦାନ୍ କରାଯାଉଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲାର ନର୍ଲା ସହର ରେ ମଧ୍ୟ ବିଜେଡି ପକ୍ଷରୁ ଡ଼ିଜି ଙ୍କ ଉଦ୍ଦେଶ୍ୟ ରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ନର୍ଲା ବ୍ଲକ୍ ଉପାଧ୍ୟକ୍ଷ ଦୂର୍ଗା ପ୍ରସାଦ୍ ମହାନ୍ତି ଙ୍କ ନେତୃତ୍ୱ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ତଥା କଳାହାଣ୍ଡି ଜିଲ୍ଲାର ଶତାଧିକ ବିଜେଡି ନେତା ଓ କର୍ମୀ ଙ୍କ ସହିତ ବିଭିନ୍ନ କଲେଜ୍ ର ଛାତ୍ର ଛାତ୍ରୀ ନର୍ଲା ଚାରିଛକ ରୁ ଏକ ଶୋଭାଯାତ୍ରା ରେ ବାହାରି ବିଜେପି ସରକାର୍ ବିରୁଦ୍ଧରେ ବିଭିନ୍ନ ନାରାବାଜି କରି ନର୍ଲା ଥାନା କୁ ଯାଇଥିଲେ, ସେଠାରେ ନର୍ଲା ଥାନା ଅଧିକାରୀ ବିଜୟରାଜ୍ ମାଝୀ ଙ୍କୁ ଡ଼ିଜି ଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀ ସଭାପତି ଅଭିନାଶ୍ ଠାକୁର୍ , ବରିଷ୍ଠ ବିଜେଡି ନେତା ନୀଳମଣି ସାହୁ, ଯୁବ ବିଜେଡି ଛାତ୍ର ନେତା ଗୋବିନ୍ଦ ତାଣ୍ଡି, ସରପଞ୍ଚ ସଂଘ ର ସଭାପତି ଅନ୍ତରାମ୍ ମାଝୀ, ପ୍ରମୁଖ, ସହଯୋଗ୍ କରିଥିଲେ ।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?