ଜୁଲାଇ ମାସ ଆଠ ତାରିଖ ରେ ହେବାକୁ ଥିବା ଡ଼୍ରାଇଭର୍ ମାନଙ୍କ ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନର୍ଲା ଡ୍ରାଇଭର୍ ମହାସଂଘ ର ପ୍ରସ୍ତୁତି ବୈଠକ,
ଜୁଲାଇ ମାସ ଆଠ ତାରିଖ ରେ ହେବାକୁ ଥିବା ଡ଼୍ରାଇଭର୍ ମାନଙ୍କ ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନର୍ଲା ଡ୍ରାଇଭର୍ ମହାସଂଘ ର ପ୍ରସ୍ତୁତି ବୈଠକ,
ଶୁଭମ ବାର୍ତ୍ତା ନର୍ଲା :- ଡ୍ରାଇଭର୍ ମାନଙ୍କ ବିଭିନ୍ନ ଦାବୀ କୁ ନେଇ ଅଲ୍ ଓଡିଶା ଡ୍ରାଇଭର୍ ମହାସଂଘ ଜୁଲାଇ ମାସ ର ଆଠ ତାରିଖ ରେ ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ର ଡାକରା ଦେଇଥିବା ବେଳେ ତାକୁ ସମର୍ଥନ କରିବା ପାଇଁ ନର୍ଲା ଡ୍ରାଇଭର୍ ମହାସଂଘ ତରଫରୁ ମଧ୍ୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି।ନର୍ଲା ଡ୍ରାଇଭର୍ ମହାସଂଘ ର କୋଷାଧ୍ୟକ୍ଷ ଓ ତାଙ୍କ ସହଯୋଗୀ ଙ୍କ ନେତୃତ୍ୱ ରେ ଆୟୋଜିତ ଉକ୍ତ ବୈଠକ ରେ କଳାହାଣ୍ଡି ଜିଲ୍ଲା ଡ୍ରାଇଭର୍ ମହାସଂଘ ର କୋଷାଧ୍ୟକ୍ଷ ଦାଶରଥି ସାହୁ ଙ୍କ ସହିତ ଶତାଧିକ ଡ୍ରାଇଭର ଭାଇ ଉପସ୍ଥିତ ଥିଲେ। ଆଗାମୀ ଦିନରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ରେ ନର୍ଲା ଡ୍ରାଇଭର୍ ମହାସଂଘ ଭାଗନେବା ପାଇଁ ପ୍ରସ୍ତୁତ ହେବା ପାଇଁ ବୈଠକ ରେ ଆଲୋଚନା କରିବା ସହିତ ସ୍ଥାନୀୟ ପୋଲିସ୍ ପ୍ରଶାସନ ଙ୍କୁ ଲିଖିତ ଅବଗତ କରୁଥିବା ସୂଚନା ମିଳିଛି। ପୁରୁଣା ସରକାର୍ ଡ୍ରାଇଭର୍ ମାନଙ୍କ କେବଳ ଗୋଟିଏ ମାତ୍ର ଦାବୀ ପୂରଣ କରିଛି, ବର୍ତ୍ତମାନ ସରକାର୍ ପରିବର୍ତ୍ତନ ହୋଇଛି ନୂତନ ସରକାର୍ ଏମାନଙ୍କ ବାକି ଥିବା ଦାବୀ ଗୁଡ଼ିକ କେବେ ପୂରଣ କରୁଛି ତାହା ଆନ୍ଦୋଳନ ପରେ ଜଣା ପଡ଼ିବ।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?