ଆଦର୍ଶ ବିବାହ କଲେ ନର୍ଲା 'ଖବର କାଗଜ ' ବିତରକ
ଆଦର୍ଶ ବିବାହ କଲେ ନର୍ଲା 'ଖବର କାଗଜ ' ବିତରକ,
ନର୍ଲା,ଶୁଭମ ବାର୍ତ୍ତା :- ରବିବାର ଦିନ ନର୍ଲାରୋଡ ଶୈବ ପୀଠରେ ଏକ ଆଦର୍ଶ ବିବାହ ଅନୁଷ୍ଠିତ ହୋଇଅଛି । ନର୍ଲା ଖବର କାଗଜର ବିତରକ ବେଣୁ ମାଧବ ଗୌଡ ରୁପ୍ରାରୋଡର ଅବସରପ୍ରାପ୍ତ ଶିକ୍ଷକ/ଶିକ୍ଷୟତ୍ରୀ (କ୍ଷିରୋଦ ପାତ୍ର ଓ ଅର୍ଚ୍ଚନା ଦାଶ) ଙ୍କ ପୌଷ୍ୟ ସନ୍ତାନ ଦେବକୀଙ୍କୁ ବିବାହ କରିଛନ୍ତି । ସବୁଠାରୁ ଉତ୍ତମ କଥା ଆଜିର ସମାଜରେ ବିବାହ ଏକ ବ୍ୟୟବହୁଳ କାର୍ଯ୍ୟକ୍ରମ ହୋଇଥିବା ବେଳେ ଏହି ବିବାହ ସମ୍ପୂର୍ଣ୍ଣ ନିରାଡାମ୍ବର,ସାତ୍ତ୍ଵିକ ଓ ବୈଦିକ ଉପଚାରରେ ଅନୁଷ୍ଠିତ ହୋଇଅଛି । ଏଠାରେ ସୂଚନାଯୋଗ୍ୟ ଯେ, ବେଣୁ ପ୍ରାୟ ୧୫ ବର୍ଷ ହେଲା ଖବର କାଗଜ ବଣ୍ଟନ କରି ଆସୁଥିବା ବେଳେ ବର୍ତ୍ତମାନ ସେ ଏଜେନ୍ସି ଦାୟିତ୍ୱ ନିର୍ବହ କରୁଛନ୍ତି । ସମାଜରେ ଅନେକ ଲୋକଙ୍କ ସହିତ ସମ୍ପର୍କ ରଖିଥିବା ବେଳେ ଆଜି ନର୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ,ରାଜନୈତିକ ବୃନ୍ଦ,ସାମ୍ବାଦିକ ମାନେ ଏହି ବିବାହ ଉତ୍ସବରେ ଯୋଗଦାନ କରିଥିଲେ । ଛାୟାଧ୍ବନୀ ଫଟୋ ଷ୍ଟୁଡିଓ ମାଲିକ ନଗେନ୍ଦ୍ର ପଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ଚାନ୍ଦ,ବିଭାସ ଚାନ୍ଦ,ବିଜେପି ରାଜ୍ୟ ବିଜେପି କାର୍ଯ୍ୟକାରୀଣି ସଦସ୍ୟ ମନମୟ ଚାନ୍ଦ,ଚିତ୍ତରଞ୍ଜନ ରଣା,ସାମ୍ବାଦିକ ମନୋଜ କୁମାର ଷଡ଼ଙ୍ଗୀ,ଦୀପକ ଠାକୁର,ବାବୁଲାଲ୍ ବାଗ୍,ତପନ ସାହୁ,ନିଳକଣ୍ଠ ବେହେରା, ତ୍ରିଲୋଚନ ଗୌଡ଼,ଅନୀଲ ଅଗ୍ରଓ୍ବାଲ,ଯୁବ ନେତା କୁମୁଦ ନାଏକ,ନରସିଂହ ଥାପା,ବିକ୍ରମ ସାହୁ,ଦେଶରାଜ ଗଡତିଆ,ଥବିରାମ ବୁଦ୍ଧିଆ,ମୋହନ କୁମାର ଭଟ୍ଟ ଆଦି ଅନେକ ମାନ୍ୟଗଣ୍ୟ ଯୋଗଦାନ କରିଥିଲେ । କନ୍ୟା ପକ୍ଷରୁ କ୍ଷିରୋଦ କୁମାର ପାତ୍ର ଓ ସହ ଧର୍ମିଣୀ ଅର୍ଚ୍ଚନା ଦାଶ ଯୋଗଦାନ କରିଥିଲେ । ନବ ଦମ୍ପତ୍ତିଙ୍କୁ ଆଶିର୍ବାଦ କରିଥିଲେ ବନ୍ଧୁ ବର୍ଗ ଓ ଅତିଥିଗଣ ।
What's Your Reaction?