ସ୍ୱାଧୀନତା ଦିବସ ଅବସରରେ ଗୋଲାମୁଣ୍ଡା ଠାରେ ତ୍ରିରଙ୍ଗା ଶୋଭାଯାତ୍ରା,
ସ୍ୱାଧୀନତା ଦିବସ ଅବସରରେ ଗୋଲାମୁଣ୍ଡା ଠାରେ ତ୍ରିରଙ୍ଗା ଶୋଭାଯାତ୍ରା,
ଗୋଲାମୁଣ୍ଡା,୧୫/୮(ଶୁଭମ ବାର୍ତ୍ତା) ଭାରତ ବର୍ଷରେ ୭୯ ତମ ସ୍ଵାଧୀନତା ଦିବସ ପାଳନ କରୁଥିବା ବେଳେ ଏହି ଅବସରରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ତତ୍ୱାବଧାନରେ ବ୍ଲକ୍ ପ୍ରଶାସନ ଓ ବିଜେପିର ମିଳିତ ଉଦ୍ୟମରେ ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଠାରୁ କେଗାଁ ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଏହି ଯାତ୍ରାରେ ଗୋଲାମୁଣ୍ଡା ବିଡ଼ିଓ ତ୍ରିପୁରା ମହାନନ୍ଦ,ତହସିଲଦାର ଚନ୍ଦନ କୁମାର ନାୟକ, ଗୋଲାମୁଣ୍ଡା ଥାନାଧିକାରୀ ଜ୍ୟୋତିପ୍ରକାଶ ତାଣ୍ଡି,କେଗାଁ ଥାନା ଅଧିକାରୀ, ଜୁନାଗଡ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ମନୋଜ ମେହେର, ବହୁ ସଂଖ୍ୟା ରେ ବିଜେପି କର୍ମୀ ଅଂଶ ଗ୍ରହଣ କରିବା ସଙ୍ଗେ ଅଞ୍ଚଳର ଶତାଧିକ ଜନସାଧାରଣ ସାମିଲ ହୋଇଥିଲେ। ଶୋଭାଯାତ୍ରା ସମୟରେ ଭାରତମାତା କି ଜୟ ଓ ଦେଶାତ୍ମକ ନାରାରେ ପୂରପଲ୍ଲୀ ପ୍ରକମ୍ପିତ ହୋଇ ଥିଲା।ଯୁବକମାନେ ଦେଶମାତୃକା ଭକ୍ତିରେ ଅନୁପ୍ରାଣିତ ହୋଇ ଯାତ୍ରାରେ ସାମିଲ ହୋଇ ଥିଲେ।
ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?