ନର୍ଲା ରୋଡ ର ହୋଟେଲ୍ ମାଲିକ ରବୀନ୍ଦ୍ର ପଧାନ ଙ୍କ ପରଲୋକ, ପରିବାର ରେ ଶୋକ ର ଛାୟା,

Aug 12, 2025 - 11:51
 0  12
ନର୍ଲା ରୋଡ ର ହୋଟେଲ୍ ମାଲିକ ରବୀନ୍ଦ୍ର ପଧାନ ଙ୍କ ପରଲୋକ, ପରିବାର ରେ ଶୋକ ର ଛାୟା,

ନର୍ଲା ରୋଡ ର ହୋଟେଲ୍ ମାଲିକ ରବୀନ୍ଦ୍ର ପଧାନ ଙ୍କ ପରଲୋକ, ପରିବାର ରେ ଶୋକ ର ଛାୟା 

ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ରୋଡ ରେ ଥିବା ରବି ହୋଟେଲ୍ ର ମାଲିକ ରବୀନ୍ଦ୍ର ପଧାନ୍ ଙ୍କ ୭୦ ବର୍ଷ ବୟସରେ ନିଜ ବାସଭବନ ରେ ପରଲୋକ ଘଟିଛି, କିଛି ଦିନ ହେଲା ସେ ଅସୁସ୍ଥ ଥିଲେ, ଆଜି ଦିନ ଦୁଇଟା ସମୟରେ ବ୍ରେନ୍ ଷ୍ଟ୍ରୋକ୍ ହେବାରୁ ତାଙ୍କ ର ମୃତ୍ୟୁ ଘଟିଥିଲା। ଦୀର୍ଘ ବର୍ଷ ହେଲା ସେ ହୋଟେଲ୍ ବେପାର କରୁଥିଲେ। ମସଲା ଦୋସା ତାଙ୍କର ହୋଟେଲ୍ ର ଲୋକପ୍ରିୟ ଖାଦ୍ୟ ଥିବା ବେଳେ ସବୁଠାରୁ ନିଆରା ସ୍ଵାଦ ଭରା ମୂଳା ସମ୍ବର ଗ୍ରାହକ ଙ୍କ ମନକୁ ଛୁଇଁଥିଲା।ମୃତ୍ୟୁ ସମୟରେ ତାଙ୍କର ଦୁଇ ପୁଅ ବୋହୁ, ଝିଅ ଜ୍ୟାଇଁ ଙ୍କ ସହିତ ପରିବାର ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ନର୍ଲା ରୋଡ ର ଶତାଧିକ ଲୋକ ଙ୍କ ସହିତ ଆତ୍ମୀୟ ସ୍ୱଜନ ଙ୍କ ଉପସ୍ଥିତ ରେ ନିକଟସ୍ଥ ସ୍ମସାନ ରେ ତାଙ୍କ ର ଅନ୍ତିମ ସଂସ୍କାର କରାଯାଇଛି।

  ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow