ଭୀମ ଭୋଇ ଭିନ୍ୟକ୍ଷମ ସାମର୍ଥ୍ୟ ଶିବର
ଭୀମ ଭୋଇ ଭିନ୍ୟକ୍ଷମ ସାମର୍ଥ୍ୟ ଶିବର,
ଗୋଲାମୁଣ୍ଡା ୧୩/୮(ଶୁଭମ ବାର୍ତ୍ତା) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଆନୁକୂଲ୍ୟରେ ବ୍ଲକ୍ ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ବ୍ଲକ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଶୁଭାରମ୍ଭ କରିଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବିଡ଼ିଓ ତ୍ରିପୁରା ମହାନନ୍ଦ, ତହସିଲଦାର ଚନ୍ଦନ କୁମାର ନାୟକ,ସାମାଜିକ କର୍ମୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ସାମ୍ବାଦିକ ଦାମୋଧର ଦାସ,ଦୀପକ କୁମାର ବେହେରା,ପ୍ରମୁଖ ମଞ୍ଚlସିନ ଥିଲେ। ଭିନ୍ନକ୍ଷମ ମାନଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ସରକାର ବହୁ ଯୋଜନା କରୁଛନ୍ତି ବୋଲି ମଞ୍ଚାସିନ ଅତିଥି ମାନେ ନିଜ ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ ।ଶିବିରରେ ଗୋଲକୁଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ୨୮ଗୋଟି ପଞ୍ଚାୟତ ର ଯୋଗ୍ୟ ଭିନ୍ୟକ୍ଷମ ହିତାଧିକାରୀ ମାନେ ଜିଲ୍ଲା ଚିକିତ୍ସାଲୟରୁ ଆସିଥିବା ବିଭିନ୍ନ ବିଭାଗର ବିଶେଷଜ୍ଞ ମାନଙ୍କ ଦ୍ବାରା ସ୍ବାସ୍ଥ୍ୟ ପରୀକ୍ଷା କରି ପ୍ରମାଣ ପତ୍ର ଦେବା ସହ ଆବଶ୍ୟକ ଉପକରଣ ପ୍ରଦାନ କରିଥିଲେ।ଏହି ଶିବିରରେ ଯୋଗ୍ୟ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଆଶା ବାଡି,ଶ୍ରବଣ ଯନ୍ତ୍ର , ଟ୍ରାଇ ସାଇକେଲ,ଆଦି ଉପକରଣ ପ୍ରଦାନ କରଯାଇଥିଲା।
ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?