ଭାରତର ଲୌହ ପୁରୁଷ ସର୍ଦାର ବଲ୍ଳଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଦିବସ ଉପଲକ୍ଷେ ନର୍ଲା ବ୍ଲକ ରେ ଏକତା ପଦଯାତ୍ରା

Nov 25, 2025 - 20:12
 0  21
ଭାରତର ଲୌହ ପୁରୁଷ ସର୍ଦାର ବଲ୍ଳଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଦିବସ ଉପଲକ୍ଷେ ନର୍ଲା ବ୍ଲକ ରେ ଏକତା  ପଦଯାତ୍ରା

ଭାରତର ଲୌହ ପୁରୁଷ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଦିବସ ଉପଲକ୍ଷେ ନର୍ଲା ବ୍ଲକ ରେ ଏକତା ପଦଯାତ୍ରା ।

"ଯୋଗଦେଲେ ମାନ୍ୟବର ସାଂସଦ, ଜିଲ୍ଲାପାଳ, ବରିଷ୍ଠ ପଦାଧିକାରୀ, ଜନସାଧାରଣ, ଛାତ୍ର ଛାତ୍ରୀ" 

ନର୍ଲା ଶୁଭମ ବାର୍ତ୍ତା / (ଅଜିତ ମାଝୀ) :- ଭାରତର ପ୍ରଥମ ଉପ ପ୍ରଧାନ ମନ୍ତ୍ରୀ ତଥା ଗୃହ ମନ୍ତ୍ରୀ ଲୌହ ମାନବ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ 150 ତମ ଜୟନ୍ତୀ ପାଳନ ଅବସରରେ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ, ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗର ନିର୍ଦେଶ କ୍ରମେ ଏକତା ପଦଯାତ୍ରା କାର୍ଯ୍ୟକ୍ରମ ଆଜି ନର୍ଲା ବ୍ଲକ ରେ ଅନୁଷ୍ଠିତ ହୋଇଯାଇଛି l ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ, ଜିଲ୍ଲା କ୍ରୀଡା ବିଭାଗ, ଜିଲ୍ଲା ସଂସ୍କୃତି ବିଭାଗ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ନର୍ଲା ଷ୍ଟାଡିୟମ୍ ରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ସଂସାଦ(ଲୋକସଭା)କଳାହାଣ୍ଡି ମାଳବିକା ଦେବୀ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ,ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ ଙ୍କ ଉପସ୍ଥିତିରେ ମା ମାଣିକେଶ୍ଵରୀ ଙ୍କ ଫଟୋ ଓ ସର୍ଦାର ବଲ୍ଲବ ଭାଇ ପଟେଲ ଙ୍କ ଫଟୋ ଚିତ୍ରରେ ପୂଜ୍ୟ ପୂଜା ପୂର୍ବକ ମାଲ୍ୟାର୍ପଣ କରାଯାଇ ଏକ ଭାରତ ଆତ୍ମା ନିର୍ଭର ଭାରତ ର ଶପଥ ପାଠ କରାଯାଇଥିଲା ଏବଂ ଅତିଥି ମାନଙ୍କ ଦ୍ଵାର ପତାକା ଦେଖାଇ ଏକତା ପଦ ଯାତ୍ରା ର ଶୁଭାରମ୍ଭ କରାଯାଇ ଥିଲା ।ଏହି ପଦ ଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଅନୁଷ୍ଠିତ ହୋଇଥିଲା ଏକତା ରଥ ମାଧ୍ୟମରେ ବନ୍ଦେ ମାତରମ ରାଷ୍ଟ୍ରୀୟ ସଂଗୀତ ଗାନ ସହିତ ସମସ୍ତେ ଜାତୀୟ ପତାକା ହାତରେ ଧରି ସହର ପରିକ୍ରମା କରିଥିଲେ ଏବଂ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସମାବେଶ ରେ ମୁଖ୍ୟ ଅତିଥି ଭାବେ ସଂlସଦ, କଳାହାଣ୍ଡି (ଲୋକସଭା) ମାଳବିକା ଦେବୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ କଳାହାଣ୍ଡି,ପାୱାର ସଚିନ ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଉପ ଜିଲ୍ଲାପାଳ ପ୍ରଭାତ କୁମାର ପରିଡା, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଭାଜପା ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼,ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ ଯୋଗଦେଇ ଥିଲେ। ଏକତ୍ରୀ କରଣ ତଥା ଗଣରାଜ୍ୟ ଗଠନ ପାଇଁ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଅତୁଳନୀୟ ଅବଦାନ ଓ ଗୁରୁତ୍ୱପୂର୍ଣ ଭୂମିକା ସମ୍ପର୍କରେ ଅତିଥି ମାନେ ଆଲୋକପାତ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ l ଏଥିରେ ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢି,ମାଇ ଭାରତ ଯୁବ ବ୍ୟାପାର ଅଧିକାରୀ ପ୍ରସନ୍ନ ମେହେର ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟିତ୍ରୀ  ଛାତ୍ର ଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଓ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇଥିଲେ l ଏହି ଅବସରରେ କ୍ରୀଡା କ୍ଷେତ୍ରରେ ଉନ୍ନତି ବିକାଶ ନିମନ୍ତେ ବିଭିନ୍ନ ଅନୁଷ୍ଠାନ କୁ ମାଇ ଭାରତ ଯୁବ କେନ୍ଦ୍ର ପକ୍ଷରୁ କ୍ରୀଡା ସମାଗ୍ରୀ ମୁଖ୍ୟ ଅତିଥି ଙ୍କ ଦ୍ଵାର ପ୍ରଦାନ କରାଯାଇଥିଲା । ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ମହାନନ୍ଦ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

What's Your Reaction?

like

dislike

love

funny

angry

sad

wow