ନର୍ଲା ରେ ଏକତା ପଦଯାତ୍ରା ଅନୁଷ୍ଟିତ,

Nov 25, 2025 - 18:49
 0  28
ନର୍ଲା ରେ ଏକତା ପଦଯାତ୍ରା ଅନୁଷ୍ଟିତ,

ନର୍ଲା ରେ ଏକତା ପଦଯାତ୍ରା ଅନୁଷ୍ଟିତ,

ନର୍ଲା ଶୁଭମ ବାର୍ତ୍ତା :- ସର୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସର ରେ ସମଗ୍ର ଦେଶର ବିଭିନ୍ନ ସ୍ଥାନରେ ଏକତା ପଦ ଯାତ୍ରା ଅନୁଷ୍ଠିତ ହେଉ ଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ସହର ରେ ଥିବା ହାଇସ୍କୁଲ୍ ପଡିଆରେ ମଧ୍ୟ ନର୍ଲା ନିର୍ବାଚନ ମଣ୍ଡଳୀ ସ୍ଥରୀୟ ଏକତା ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦ ଯାତ୍ରା ରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଳବିକା ଦେଓ ଯୋଗେ ଦେଇ ସର୍ଦାର୍ ବଲ୍ଲଭଭାଇ ପଟେଲ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ସହ ଦ୍ୱୀପ ପ୍ରଜ୍ବଳନ କରି କାର୍ଯ୍ୟ କ୍ରମ ଶୁଭାରମ୍ଭ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲାପାଳ ସଚିନ୍ ପ୍ରକାଶ, ନର୍ଲା ବିଡିଓ ବିପିନ୍ ବିହାରୀ ଦୀପ୍ , ବିଜେପି ନେତା ଅନିରୁଦ୍ଧ ପଧାନ୍, ମନ୍ମୟ ଚାନ୍ଦ୍, ଦିବାକର ବାଗ୍, ପଦ୍ମଲୋଚନ ମିଶ୍ର, ବିଜୟ କୁମାର୍ ମହାଖୁଡ, କପିଲେସ୍ ସା ଙ୍କ ସହିତ ଅନେକ ସରକାରୀ କର୍ମଚାରୀ ,ସ୍କୁଲ୍ ଓକଲେଜ୍ ର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ମଞ୍ଚ ରେ ଏହି ଏକତା ଦିବସ ପାଳନର  ବିଷୟରେ ବାର୍ତ୍ତା ଦେଇ ପଦ ଯାତ୍ରାରେ ବ୍ଲକ୍ ଅଫିସ୍ ପର୍ଯ୍ୟନ୍ତ ଯାଇଥିଲେ । ସାରା ଦେଶରେ ସମସ୍ତେ କିଭଳି ସ୍ୱଦେଶୀ ଜିନିଷ ବ୍ୟବହାର କରି ଆତ୍ମନିର୍ଭରଶୀଳ ହୋଇପାରିବେ ଏହି ଲକ୍ଷ୍ୟ ନେଇ ଏହି ପଦଯାତ୍ରା ର ଆୟୋଜନ ହୋଇଥିବା ପ୍ରକାଶ କରିଛନ୍ତି କଳାହାଣ୍ଡି ସାଂସଦ ମାଳବିକା ଦେଓ।

   ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow