ଶିକ୍ଷକ ଯୋଗାଇଦେବା ନିମନ୍ତେ ଉପ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର,

Jul 30, 2026 - 10:51
 0  43
ଶିକ୍ଷକ ଯୋଗାଇଦେବା ନିମନ୍ତେ ଉପ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର,

ଶିକ୍ଷକ ଯୋଗାଇଦେବା ନିମନ୍ତେ ଉପମୁଖ୍ୟମନ୍ତ୍ରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଗୋଲାମୁଣ୍ଡା, ୨୯।୭(ଶୁଭମ ବାର୍ତ୍ତା ଉପେନ୍ଦ୍ର ବଗର୍ତ୍ତି) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଅଧିନରେ ଥିବା ରେଙ୍ଗସାପାଲି ପଞ୍ଚାୟତରେ ଅବସ୍ଥାପିତ ହାତୀରାମ ଉଚ୍ଚ ବିଦ୍ୟାପୀଠରେ ଶିକ୍ଷକ ଅଭାବ ଥିବାରୁ ଯୁଦ୍ଧ କାଳୀନ ମଧ୍ୟରେ ଶିକ୍ଷକ ଯୋଗାଇଦେବା ପାଇଁ ଉପ ମୁଖ୍ୟମନ୍ତ୍ରୀ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ବିଦ୍ୟାପୀଠ ରେ ବର୍ତ୍ତମାନ ୮୩ ଜଣ ଛାତ୍ର, ଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏହି ସ୍କୁଲ ବ୍ଳକ୍ ଗ୍ରାଣ୍ଡ ପାଇ ସାରିଥିବା ବେଳେ ୬୦ ବର୍ଷ ବୟସ ହେବାରୁ ୫ ଜଣ ଶିକ୍ଷକ ଅବସର ଗ୍ରହଣ କରିସାରିଥିବା ବେଳେ ବର୍ତ୍ତମାନ ଜଣେ ମାତ୍ର ଶିକ୍ଷକ ଅଛନ୍ତି । ସେ ପ୍ରଧାନ ଶିକ୍ଷକ ଦାୟିତ୍ୱ ନିର୍ବାହ କରିବେ କି ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷାଦାନ କରିବେ ଉଭୟ ଦାୟିତ୍ୱ ନିର୍ବାହ କରିବା ପାଇଁ ବହୁତ ଅସୁବିଧା ହେଉଛି ଯାହା ଦ୍ୱାରା ଛାତ୍ର,ଛାତ୍ରୀମାନଙ୍କୁ ସବୁ ବିଷୟରେ ଶିକ୍ଷା ଗ୍ରହଣ କରିବାରୁ ବଞ୍ଚିତ ହେଉଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦୁଃଖର କଥା ହେଉଛି ଯେ ଶିକ୍ଷକ ମାନେ ଅବସର ହେବାର ଦୀର୍ଘ ଦିନ ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଆଶାନୁରୂପକ ପଦକ୍ଷେପ ଗ୍ରହଣ କରି ନଥିବାରୁ ଅଭିଭାବକ ମହଲରେ ଘୋର ଅସନ୍ତୋଷ ଦେଖା ଦେଇଛି। ତେଣୁ ଏହି ସ୍କୁଲ ପାଇଁ ଆବଶ୍ଯକ ଶିକ୍ଷକ ତୁରନ୍ତ ଯୋଗାଇଦେବା ନିମନ୍ତେ ସାଧାରଣରେ ଦାବି ହେଉଛି।

What's Your Reaction?

like

dislike

love

funny

angry

sad

wow