ଏକ ଦିନିଆ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ।

Mar 2, 2026 - 06:36
 0  16
ଏକ ଦିନିଆ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ।

ଏକ ଦିନିଆ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ।

ଗୋଲାମୁଣ୍ଡା,୦୧/୦୩( ଶୁଭମ ବାର୍ତ୍ତା ଉପେନ୍ଦ୍ର ବଗର୍ତ୍ତି ): ଗୋଲାମୁଣ୍ଡା ବ୍ଲକ ଚପ୍ରିଆ ପଞ୍ଚାୟତ ଅଧିନ ବାଞ୍ଜୀପଦର ଗ୍ରାମ ରେ ଏକ ଦିନିଆ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହି ମହାଯଜ୍ଞ ଶାନ୍ତିକୁଞ୍ଜ ହରିଦ୍ଵାର ଗାୟତ୍ରୀ ପୀଠ ନିର୍ଦ୍ଦେଶ କ୍ରମେ ଲକ୍ଷ୍ମୀବାଇ ମହିଳା ମଣ୍ଡଳ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ହାତିବନ୍ଧା ଗାୟତ୍ରୀ ପୀଠ ର ସଦାନନ୍ଦ ନାମଦେବ, ଡ. ଅର୍ଜୁନ ଶାସ୍ତ୍ରୀ ପୂଜକ ଦାୟିତ୍ଵ ନିର୍ବାହ କରିଥିଲେ। ଏଥିରେ ସୁବାସ ଅଗ୍ରୱାଲ ,ନୃପରାଜ ପ୍ରଧାନି, ସିମାଞ୍ଚାଲ ଭାଟି,ଧନୀରାମ୍ ଭାଟି,ଅଭିରାମ ହଂସ,ଭୁବନେଶ୍ୱର ଭୋଇ,ହରେରାମ ମଲ୍ଲିକ,ସମେତ ହଜାର , ହଜାର, ଶ୍ରଦ୍ଧାଳୁ ଭକ୍ତ ଯୋଗଦାନ କରିଥିଲେ। ଶନିବାର ଅପରାହ୍ନ ୪ ଟା ସମୟ ରେ ମହା ଆଡ଼ମ୍ବରରେ କଳସ ଯାତ୍ରା ସମାପନ ହୋଇଥିଲା । ରବିବାର ସକାଳ ୭ ଘଣ୍ଟା ସମୟରେ ଗାୟତ୍ରୀ ମହାଯଜ୍ଞ ଆରମ୍ୱ ହୋଇ ଅପରାହ୍ନ ୪ ଘଣ୍ଟା ସମୟରେ ପୂର୍ଣ୍ଣାହୁତି ପରେ ଉଦଯାପିତ ହୋଇଯାଇଛି ।

What's Your Reaction?

like

dislike

love

funny

angry

sad

wow