କଳାହାଣ୍ଡି ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ନର୍ଲା ଥାନା ଏକ ନମ୍ୱର୍ ସ୍ଥାନ ଅଧିକାର କରିଥିବା ସୂଚନା ! ଥାନା ଅଧିକାରୀ ଙ୍କୁ ଶୁଭେଛା ବାର୍ତ୍ତା।

May 14, 2026 - 04:55
 0  21

ନର୍ଲା :ଶୁଭମ ବାର୍ତ୍ତା :- ଓଡ଼ିଶା ର ସମସ୍ତ ଜନସାଧାରଣ ଲୋକେ ଶାନ୍ତି ଶ୍ରୁଖଳା ଓ ସୁରକ୍ଷିତ କିପରି ଭାବରେ ରହିପାରିବେ ସେ ଦିଗରେ ରାଜ୍ୟ ସରକାର ତପ୍ତରତା ଦେଖାଇଛି ଓ ସଚେତନତା ବାର୍ତ୍ତା ଦେଇଛି ଏହାକୁ କାର୍ଯ୍ୟକାରି କରିବା ପାଇଁ ଓଡ଼ିଶା ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଙ୍କ ନିର୍ଦେଶ କ୍ରମେ ଓଡ଼ିଶାର ବିଭିନ୍ନ ଜିଲ୍ଲା ର କୋଣ ଅନୁକୋଣରେ ଥିବା ଥାନା ଫାଣ୍ଡି ମାନଙ୍କରେ ପ୍ରତ୍ୟେକ ଦିନ ପୋଲିସ ପକ୍ଷରୁ ପ୍ୟାରେଡ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାପାଇଁ ନିର୍ଦ୍ଦେଶନାମା ହେଉଛି ଏ ନେଇ ଆଜି ବୁଧବାର ଦିନ ସକାଳ ୭ ଘଣ୍ଟା ସମୟରେ କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅଧିକାରୀ ବିଜୟ ରାଜ ମାଝୀ ଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟରତ ଅଧିକାରୀ ଉପସ୍ଥିତି ରେ ପ୍ୟାରେଡ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ଉକ୍ତ କାର୍ଯ୍ୟକ୍ରମ ରେ ସଧାରଣ ଲୋକେ କିପରି ଭାବରେ ଆଇନ୍ ର ସହାୟତା ପାଇପାରିବେ ଓ ଉପକୃତ ହେବେ ସେ ଦିଗରେ ଶପଥ ଗ୍ରହଣ କରିଥିଲେ।ଅନ୍ୟପଟରେ କଳାହାଣ୍ଡି ଜିଲ୍ଲା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟ।ଳୟ ପକ୍ଷରୁ ସମସ୍ତ ଦିଗକୁ ଅନୁଧ୍ୟାନ କରାଯିବା ପରେ ନର୍ଲା ଥାନା ଏକ ନମ୍ୱର୍ ସ୍ଥାନ ଅଧିକାର କରିଥିବା ବିଜ୍ଞପ୍ତି ପ୍ରକାଶ ପାଇଛି ଏ ନେଇ ନର୍ଲା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ଓ ନର୍ଲା ଥାନା ଅଧିକାରୀ ଶ୍ରୀଯୁକ୍ତ ମାଝୀ ଙ୍କୁ ଶୁଭେଛା ବାର୍ତ୍ତା ଜଣାଇଛନ୍ତି ସଧାରଣ ଜନତା ।

What's Your Reaction?

like

dislike

love

funny

angry

sad

wow