ଗୋଲାମୁଣ୍ଡା ଓ କେଗାଁ ଥାନାରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ।
ଗୋଲାମୁଣ୍ଡା ଓ କେଗାଁ ଥାନାରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ।
ଗୋଲାମୁଣ୍ଡା ତା ୮/୫(ଶୁଭମ ବାର୍ତ୍ତା ଉପେନ୍ଦ୍ର ବଗର୍ତ୍ତି ) ଆଜି ଗୋଲାମୁଣ୍ଡା ଓ କେଗାଁ ଥାନାରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହିଳା ଓ କିଶୋରୀ ବାଳିକାମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । କେଗାଁ ଥାନା ଅଧିକାରୀ ସଂଗୀତା ବେକ ଓ ଗୋଲାମୁଣ୍ଡା ଥାନା ଅଧିକାରୀ ଯଶୋବନ୍ତ ସେଲମା ନିଜ ନିଜ ଥାନାରେ ଉପସ୍ଥିତ ଥିବା କିଶୋରୀ ବାଳିକା ମାନଙ୍କୁ ସ୍ୱାଗତ କରି ଥାନା ଭିତରେ ଥିବା ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ । ଅଭ୍ୟର୍ଥନା ଦାୟିତ୍ୱରେ ଥିବା କର୍ମଚାରୀ ଓ ଅଧିକାରୀମାନେ କେଉଁ କେଉଁ ଦାୟିତ୍ୱରେ ଅଛନ୍ତି ସେ ସମ୍ପର୍କରେ କିଶୋରୀ ବାଳିକାମାନଙ୍କୁ ଦେଖାଇଥିଲେ। ପରେ ଅଭିଯୁକ୍ତକାରୀଙ୍କୁ ହାଜତ କୋଠରୀ ମଧ୍ୟ ଦେଖାଇଥିଲେ। ବିଭିନ୍ନ ପ୍ରକାର ସାଇବର ଠକେଇ, ଅନଲାଇନ ଖେଳ,ଗୁପ୍ତ କଥା କହି ଭୟ ଦେଖାଇ ଅର୍ଥ ଆଦାୟ କରିବା ସମ୍ବନ୍ଧରେ ଚଳଚିତ୍ର ଛବି ମାଧ୍ୟମରେ ସଚେତନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କେଗାଁଥାନାର ଏସ ଆଇ ହେମନ୍ତ କୁମାର ପାତ୍ର, ଏ ଏସ ଆଇ ଗୋପବନ୍ଧୁ ତାଣ୍ଡି,ସମସ୍ତ ପୁଲିସ କର୍ମଚାରୀ ଓ ବହୁ ସଂଖ୍ୟାରେ କିଶୋରୀ ବାଳିକା, ଅଙ୍ଗନୱାଡିକର୍ମୀ ଉପସ୍ଥିତ ଥିବାବେଳେ ଗୋଲାମୁଣ୍ଡା ଥାନାରେ ସିଡିପିଓ ପଦ୍ମା ପ୍ରଧାନ, ଏସ ଆଇ ବିଳାସିନୀ ଭୋଇ, ସମସ୍ତ ପୁଲିସ କର୍ମଚାରୀ, ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ ସମେତ ଶତାଧିକ କିଶୋରୀ ବାଳିକା ଓ ଅଙ୍ଗନୱାଡି କର୍ମୀ ଉପସ୍ଥିତଥିଲେ।
What's Your Reaction?