ବିଷମକଟକ ଲୋକ ମହୋତ୍ସବ ଚଇତି ରେ ସାମ୍ବାଦିକ ଙ୍କୁ ଅସମ୍ମାନ.

Dec 15, 2025 - 13:55
Dec 15, 2025 - 13:55
 0  75
ବିଷମକଟକ ଲୋକ ମହୋତ୍ସବ  ଚଇତି ରେ ସାମ୍ବାଦିକ ଙ୍କୁ ଅସମ୍ମାନ.

ବିଷମକଟକ ଲୋକ ମହୋତ୍ସବ ଚଇତି ରେ ସାମ୍ବାଦିକ ଙ୍କୁ ମନା,

ରାୟଗଡା ଶୁଭମ ବାର୍ତ୍ତା :-ରାୟଗଡା ଜିଲ୍ଲାର ସମସ୍ତ ବ୍ଲକରେ କଳା ଓ ସଂକୃତିର ଲୋକ ମହୋତ୍ସବ ଚଇତି କାର୍ଯ୍ୟକ୍ରମରେ ସାମ୍ବାଦିକମାନଙ୍କୁ ସମ୍ମାନିତ କରାଯାଉଥିବା ବେଳେ, ବିଷମକଟକ ବ୍ଲକରେ ହୋଇଥିବା ଲୋକ ମହୋତ୍ସବ ଚଇତି ରେ ସାମ୍ବାଦିକଙ୍କୁ ଅଣଦେଖା ତଥା ଅସମ୍ମାନ କରିବାର ଦେଖାଦେଇଛି. ଉପସ୍ଥିତ ଅତିଥି ମାନେ, ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରିଥିବା ବେଳେ ଖୋଦ B. D. O. ମହାଶୟ ଚଇତିର ଅଧ୍ୟକ ଥାଇ ମଧ୍ୟ, ସାମ୍ବାଦିକଙ୍କ ନାଁ ପାଟିରେ ଧରି ନ ଥିଲେ.ପ୍ରତି ବର୍ଷ ଚଇତି ପେଣ୍ଡାଲରେ ସାମ୍ବାଦିକ ମାନଙ୍କୁ ଡାକି ସମ୍ମାନିତ କରୁଥିବା ସ୍ଥଳେ, ଏ ବର୍ଷ ଏହାର ବ୍ୟତିକ୍ରମ ଘଟିବାରୁ, ସାମ୍ବାଦିକ ମାନେ B. D. O. ଙ୍କୁ ପଚାରିବାରୁ ସେ କହିଥିଲେ ଯେ, ବିଷମ କଟକର କେତେଜଣ ଆସି, ସାମ୍ବାଦିକଙ୍କୁ ସମ୍ମାନ ନ କରିବାକୁ କହିଛନ୍ତି. ତେବେ ଏଠାରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, କେଉଁ କାରଣରୁ ଓ କେଉଁ ଜ୍ଞାନୀ ଗୁଣି ତଥା ସର୍ବୋସମ୍ପର୍ଣ୍ଣ ସାମ୍ବାଦିକ ବିରୋଧୀ ମାନେ ମନା କରିଥିଲେ. ଯଦି ମନା କଲେ ତେବେ,B. D. O. ମହାଶୟ ସମସ୍ତଙ୍କ ସମନ୍ୱୟ ନ ରଖି କିଛି ମତଲବି ଅନ୍ୟର ଅଙ୍ଗୁଳି ନିର୍ଧେଶରେ ଚାଲୁଛନ୍ତି କି? ବଡ଼ ଦୁଃଖଦ ଓ ପରିତାପର ବିଷୟ. ପୁଣି ବିଷମକଟକ ର ଇଷ୍ଟ ଦେବି ମାଁ ମାର୍କମା ଙ୍କୁ ମଧ୍ୟ ଚଇତି ଷ୍ଟେଜରେ ଦେଖିବାକୁ ମିଳି ନ ଥିଲା. ଏହା ବିଷମ କଟକ ଜନ ସାଧାରଣଙ୍କ ପାଇଁ ଲଜ୍ଜ୍ୟା, ନିନ୍ଦିତ ଓ ଅସମ୍ମାନ ନୁହେଁ କି? ଏ ବିଷୟରେ ବିଡିଓଙ୍କୁ ଗଣମାଧ୍ୟମ ଆଗରେ ପଚାରିବାରୁ ମନାକରି ଚାଲିଯିବାରୁ ସାମ୍ବାଦିକ ସଂଘ ର ସଭାପତି ଶ୍ରୀ ବିଦ୍ୟଧର ପ୍ରଧାନୀ ପ୍ରଶାସନ ଅଧିକାରୀ ଙ୍କୁ ଦୃଢ ଭାବରେ ନିନ୍ଦା କରିବା ସହ ଏହା ଏକ ସୁଚିନ୍ତିତ ଘୃନ୍ୟମନୋଭାବ ଏବଂ ଅତି ହୀନ ଚକ୍ରାନ୍ତ ଵୋଲି ପ୍ରକାଶ କରିବାରୁ,ଏହି ଅଭିଯୋଗ କୁ ଗ୍ରାମର ମାନ୍ୟ ଗଣ୍ୟ ବରିଷ୍ଠ ଭଦ୍ରବ୍ୟକ୍ତି ମାନେ ଗଣମାଧ୍ୟମ ଆଗରେ ଘରନିନ୍ଦନିୟ ପ୍ରକାଶ କରିଛନ୍ତି l ବିଷମକଟକ ବ୍ଲକ ୱେବ ମିଡ଼ିଆ ସଂଘର ସଭାପତି ବିଦ୍ୟାଧର ପ୍ରଧାନୀ କହିଛନ୍ତି ଯେ କଳା ଓ ସାଂସ୍କୃତିର ସଙ୍ଗମ ପରିଚୟ ଲୋକ ମହୋତ୍ସବ ଚଇତି କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସାମ୍ବାଦିକମାନେ ଏହି ଚଇତି ଉତ୍ସବର କଳା ଓ ସଂକୃତି ର ପ୍ରତିଭା କୁ ଗଣମାଧ୍ୟମ ରେ ପ୍ରଚାର-ପ୍ରସାର ସହ ଲୋକ କଳାକୁ ରାଜ୍ୟ ଓ ଜିଲ୍ଲାସ୍ତରରେ ଲୋକାଭିମୁଖୀ ପହଞ୍ଚାଇବାରେ ମୁଖ୍ୟ ଭୂମିକା ନିର୍ବାହ କରଥାନ୍ତି। ତଥାପି ବିଷମକଟକ ଚଇତି ଉତ୍ସବରେ ସେମାନଙ୍କୁ ଯଥାଚିତ ସମ୍ମାନ ଦିଆଯାଇନଥିବା ସହ ଅଣଦେଖା କରିବା ଯୋଗୁ ସଂଘର ସଭାପତି ଦୁଃଖ ପ୍ରକାଶ କରି ଦୃଢ ନିନ୍ଦା କରିଛନ୍ତି। ଏହି ଘଟଣାକୁ ନେଇ ସାମ୍ବାଦିକ ମହଳରେ ଅସନମ୍ମାନ ର ଅସନ୍ତୋଷ ପ୍ରକାଶ ପାଇଛି। ଆଗାମୀ ଦିନରେ ପ୍ରଶାସନ ଓ ଆୟୋଜକମାନେ ସାମ୍ବାଦିକଙ୍କୁ ଯଥlଚିତ ସମ୍ମାନ ଦେବାକୁ ପଦକ୍ଷେପ ନେବେ ବୋଲି ସାମ୍ବାଦିକ ମାନେ ଆଶା ପ୍ରକାଶ କରିଛନ୍ତି l ତଥାପି ପ୍ରଶାସନଅଧିକାରୀ ଅଣଦେଖା କରିବା ସହ ବିଷମକଟକ ର କଳା, ସଂକୃତି ଜନସଙ୍ଗମ ଲୋକ ମହୋତ୍ସବ ଚଇତି କାର୍ଯ୍ୟକ୍ରମ ର କାରୁକାର୍ଯ୍ୟ ଗଣମାଧ୍ୟମ ଦ୍ୱାରା ପ୍ରଚାର ପ୍ରସାର କରିଛନ୍ତି. ପ୍ରକାଶ ଥାଉକି, ଯଦି ପ୍ରଶାସନ ଓ ସାମ୍ବାଦିକଙ୍କ ମଧ୍ୟରେ ମଧୁର ସମନ୍ୱୟ ନ ରହେ, ତେବେ ଲୋକଙ୍କ ବିକାଶ ଏବଂ ଲୋକଙ୍କ ବାର୍ତ୍ତା, ସରକାରଙ୍କ ପାଖେ ପହଂଚି ପାରିବ ତ? ସେତେବେଳେ, ପ୍ରଶାସନ ଅଣନି ଶ୍ୱାସୀ ହେଉଥିଲା ବେଳେ, କାନ କୁହା ଫାଇଦାବାଦୀ କୁଚକ୍ରୀ ମାନେ, ପ୍ରଶାସନକୁ କେତେ ଏବଂ କେଉଁ ପ୍ରକାର ସାହାର୍ଯ୍ୟ କରିବେ, ଦେଖିବାକୁ ବାକି ରହିଲା l

ରାୟଗଡା ରୁ ଧନୁର୍ଯ୍ୟ ରାଜୁ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow