ନର୍ଲା ବିଧାୟିକାଙ୍କ ସ୍ବାମୀ ପ୍ରସଙ୍ଗରେ ବିଜେଡି କର୍ମୀ ନର୍ଲାରେ ବିକ୍ଷୋଭ ପ୍ରଦର୍ଶନ,

Mar 30, 2026 - 20:16
Mar 30, 2026 - 20:19
 0  67
ନର୍ଲା ବିଧାୟିକାଙ୍କ ସ୍ବାମୀ ପ୍ରସଙ୍ଗରେ ବିଜେଡି କର୍ମୀ ନର୍ଲାରେ ବିକ୍ଷୋଭ ପ୍ରଦର୍ଶନ,

ନର୍ଲା ବିଧାୟିକାଙ୍କ ସ୍ବାମୀ ପ୍ରସଙ୍ଗରେ ବିଜେଡି କର୍ମୀଙ୍କ ନର୍ଲାଠାରେ ବିକ୍ଷୋଭ ପ୍ରଦର୍ଶନ,

 ଶୁଭମ ବାର୍ତ୍ତା :- ନର୍ଲା ବ୍ଲକ ଉପାଧ୍ୟକ୍ଷଙ୍କ ନାମରେ ତହସିଲଦାରଙ୍କ କେସ ଦାଏରକୁ ନେଇ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରି ଏହାର ପ୍ରତିବାଦ କରିଛି। ନର୍ଲା ତହସିଲଦାର ବିଭୂପ୍ରସାଦ ସିଂ ଗତ ୧୫ ତାରିଖରେ ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ୱାମୀ ତଥା ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ତାଙ୍କୁ ଜୀବନରେ ମାରିଦେବା ନେଇ ଫୋନରେ ଧମକ ଦେବା ନର୍ଲା ଥାନାରେ କେସ ଦାଏର କରିଥିଲେ। ଗତ କିଛି ଦିନ ତଳେ କେସିଙ୍ଗା ପୋଲିସ ନର୍ଲା ବିଧାୟିକାଙ୍କ ରୁପ୍ରାରୋଡ ସ୍ଥିତ ବାସଭବନକୁ ଆସି ଉପାଧ୍ୟକ୍ଷଙ୍କୁ ଖୋଜାଖୋଜି କରିଥିଲେ ଏବଂ ବିଧାନସଭା ଚାଲିଥିବା ବେଳେ ନର୍ଲା ବିଧାୟିକାଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନକୁ ପୋଲିସ ଜବରଦସ୍ତ ପଶି ଭଙ୍ଗାରୁଜା କରିଥିବା ଏବଂ ଦୁର୍ବ୍ୟବହାର କରିଥିବା ଭଳି ଘଟଣାକୁ ନେଇ ଏହାର ପ୍ରତିବାଦ କରିଛି ବିଜେଡି । ଏଥିରେ ବିଜେଡିର ବରିଷ୍ଠ ନେତା, ଯୁବ ବିଜେଡ଼ି, ଛାତ୍ର ବିଜେଡିର ସଦସ୍ୟ, ଭବାନୀପାଟଣା ମହିଳା ମୋର୍ଚ୍ଚାର ସଦସ୍ୟାଙ୍କ ସମେତ ଅନେକ ମହିଳା କାଉନସିଲର ଓ ମହିଲା ମୋର୍ଚ୍ଚାର ସଦସ୍ୟା ମାନେ ଉପସ୍ଥିତ ଥିଲେ । ଏ ସମସ୍ତ ଘଟଣାର ସିଧା ରାଜନୈତିକ ପ୍ରଭାବ ନର୍ଲାରେ ଏବେ ବେଶ ଅନୁଭୁତ ହେଉଛି। ବର୍ତ୍ତମାନ ଯାଏଁ ଥମିନି ନର୍ଲାରେ ରାଜନୈତିକ ଉଷ୍ମତା। ଧିରେ ଧିରେ ଅଡୁଆ ବଢିବାରେ ଲାଗିଛି।

What's Your Reaction?

like

dislike

love

funny

angry

sad

wow