- ଏକ୍ସପ୍ରେସ ଟ୍ରେନ ରହଣୀ ପାଇଁ ସ୍ଵାଭିମାନ ବିକାଶ ମଞ୍ଚ ପକ୍ଷରୁ ଷ୍ଟେସନ ମାଷ୍ଟର ଜରୀଆରେ DRM ଙ୍କୁ ଦାବିପତ୍ର ପ୍ରଦାନ।
ଏକ୍ସପ୍ରେସ ଟ୍ରେନ ରହଣୀ ପାଇଁ ସ୍ଵାଭିମାନ ବିକାଶ ମଞ୍ଚ ପକ୍ଷରୁ ଷ୍ଟେସନ ମାଷ୍ଟର ଜରୀଆରେ DRM ଙ୍କୁ ଦାବିପତ୍ର ପ୍ରଦାନ।
-
ନର୍ଲା ଶୁଭମ ବାର୍ତ୍ତା(ତପନ କୁମାର ସାହୁ ) :- ୩୦/୦୩ ନର୍ଲାରୋଡ ରେଳ ଷ୍ଟେସନ ଠାରେ କୋଭିଡ ପୂର୍ବରୁ ଯେଉ ସବୁ ଏକ୍ସପ୍ରେସ ଟ୍ରେନ ରହଣି ହେଉଥିଲା । ସେ ଗୁଡିକ ଟ୍ରେନ ନର୍ଲା ଷ୍ଟେସନ ଠାରେ ରହିବା ପାଇଁ କେନ୍ଦ୍ର ସରକାର ଙ୍କ ଅନୁମତି ନ ଥିଲା । ଏ ନେଇ ନର୍ଲା ଅଞ୍ଚଳର ବିଭିନ୍ନ ସଙ୍ଗଠନ ପକ୍ଷରୁ କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀମତୀ ମାଳବିକା ଦେବୀ ଓ ରେଳବାଇ ମନ୍ତ୍ରୀ ଙ୍କୁ ଟ୍ରେନ ରହଣି ପାଇଁ ଦାବୀ ପତ୍ର ପ୍ରଦାନ କରିଥିଲେ ମଧ୍ୟ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇ ନାହିଁ ତେଣୁ ଏହି ପ୍ରସଙ୍ଗ କୁ ନେଇ ଆଜି ସୋମବାର ଦିନ ସକାଳ ଦଶ ଘଣ୍ଟା ସମୟରେ ନର୍ଲା ସ୍ଵାଭିମାନ ମଞ୍ଚ ଓ ଅନ୍ୟାନ୍ୟ ସଂଘଠନ ପକ୍ଷରୁ ସମତ। ଏକ୍ସପ୍ରେସ, ତିରୁପତି ବିଳାସପୁର ଏକ୍ସପ୍ରେସ ଓ ଇସ୍ପାତ ଟ୍ରେନ ରହଣି ପାଇଁ ଷ୍ଟେସନ୍ ମାଷ୍ଟର ଙ୍କ ଜରିଆରେ ପୂର୍ବତଟ ରେଳବାଇ ମେନେଜର ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯଇଛି ଏଥିରେ ଦିପୁ ପାତ୍ର, ଚୂଳ ଗୌଦିଆ, ଅନୀରୁଦ୍ଧ ବିଶ୍ବାଳ, ଦୁର୍ଯ୍ୟୋଧନ କୁମାର ସମେତ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ବୁଦ୍ଧିଜୀବି ମାନେ ଉପସ୍ଥିତି ରହିଥିଲେ
What's Your Reaction?