ନର୍ଲା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ବିଜେପି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ,
ନର୍ଲା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ବିଜେପି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
ନର୍ଲା ଶୁଭମ ବାର୍ତ୍ତା :- ଚଳିତ ମାସ ର ୧୭ ତାରିଖ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ ଜୟନ୍ତୀ ଠାରୁ ଅକ୍ଟୋବର ୨ ତାରିଖ ମହାତ୍ମା ଗାନ୍ଧୀ ଙ୍କ ଜନ୍ମ ଜୟନ୍ତୀ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ସାରା ଦେଶରେ 'ସେବା ପକ୍ଷ୍ୟ ' ପାଳନ କରି ବୃକ୍ଷ ରୋପଣ, ସ୍ୱଚ୍ଛ ଭାରତ ଅଭିଯାନ ଓ ରକ୍ତଦାନ ଶିବିର ଭଳି କାର୍ଯ୍ୟ କରାଯାଉଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲାର ନର୍ଲା ସହର ରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ମଧ୍ୟ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିର ରେ ୫୮ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା ର ବିଜେପି ଜିଲ୍ଲା ସଭାପତି ଯୁଗଲ କିଶୋର୍ ପୋଢ଼,ବରିଷ୍ଠ ନେତା ଅନିରୁଦ୍ଧ ପଧାନ୍, ମନ୍ମୟ ଚାନ୍ଦ୍, ସରୋଜ୍ ବୁଦ୍ଧିଆ, ଦଶରଥ ସାହୁ, ରୁପେଶ୍ ଜୈନ, ଅଜିତ୍ ନାଏକ୍ ଓ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?