ନର୍ଲା ପ୍ରେସ ଏସୋସେସନ୍ ଓଯେୟୁ ଶାଖା ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ,

Nov 16, 2025 - 15:54
Nov 16, 2025 - 18:28
 0  135
ନର୍ଲା ପ୍ରେସ ଏସୋସେସନ୍ ଓଯେୟୁ ଶାଖା ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ,

ନର୍ଲା ପ୍ରେସ ଏସୋ ସେସନ୍ ଓଯେୟୁ ଶାଖା ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ,

ନର୍ଲା ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ୍ ଡାକ ବଙ୍ଗଳା ଠାରେ ନର୍ଲା ପ୍ରେସ ଏସୋସେସନ ଓ ଜେ ୟୁ ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ସଙ୍ଘ ର ସଭପତି ଚିନ୍ତା ମଣି ନାଏକ ଙ୍କ ଅଧ୍ୟକ୍ଷତାରେ ସକାଳ ଏଗାର ଘଣ୍ଟା ସମୟରେ ସାମୁହିକ ଭାବରେ ବିଘ୍ନବିନାଶ ଗଜାନନ ଙ୍କୁ ପୂଜାର୍ଚ୍ଚନା କରି ସଭାକାର୍ଯ୍ୟ ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଘଣ୍ଟ ମାଳ ସରପଞ୍ଚ ଦେବେନ୍ଦ୍ର ସା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ନର୍ଲା ଥାନା ଭାରପ୍ରାପ୍ତ ଅଧିକାରୀ କୃତିବାସ ପୁଝାରୀ,ଏ ଏସ ଆଇ ଅବନୀ ଖୁରା ଜିଲ୍ଲା ଓ ବି ସି ମୋର୍ଚ୍ଚା ସଭାପତି ପ୍ରଦୀପ କୁମାର ନାଏକ, ସମାଜସେବୀ ଶାନ୍ତି ମାଝୀ ବରିଷ୍ଟ ଆଇନ୍ ଜିବୀ କୁବେର ସାହୁ ନର୍ଲା ଡ଼ିଗ୍ରୀ କଲେଜ୍ ଅଧ୍ୟାପିକା ବାସନ୍ତୀ ସାହୁ ଯୁବନେତା ସମୀର ଚାନ୍ଦ ଓ ଦିପୁ ପାତ୍ର ପ୍ରମୁଖ ମଞ୍ଚଷିନ ରହି ନିର୍ଭୀକଓ ନିରପେକ୍ଷ ଭାବରେ ସାମ୍ବାଦିକତା କରି ସମାଜ ଓ ଅଞ୍ଚଳ ର ବିକାଶ କ୍ଷେତ୍ରରେ ସହଭାଗିତା ପାଇଁ ନିଜ ନିଜର ବକ୍ତବ୍ୟ ରଖିଥିଲେ ଏହି କାର୍ଯ୍ୟକ୍ରମକୁ ସଂଘର ସମ୍ପାଦକ ସନ୍ତୋଷ କୁମାର ପାତ୍ର ଉପସଭାପତି ଡୋଳା ମଣି ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ସଙ୍ଘର ସଦସ୍ୟ ଅଜିତ୍ ମାଝୀ , ନରୋତ୍ତମ ପାୟସିଂ, ସଦାଶିବ ନାଗ,ସଞ୍ଜୀବ ଦାସ, ବାବୁଲାଲ ବାଗ, ତପନ କୁମାର ସାହୁ, ବାରୁ ମାଝୀ, ବିରଞ୍ଚି କରୁଅ, ଗୁପ୍ତେଶ୍ୱର ହାତୀ, ଜଗୁଲାଲ ମାଝୀ, ସୁବ୍ରତ ସାହୁ, ରୋହିତ କୁମାର୍ ନାଏକ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ

    ନର୍ଲା ରୁ ନରୋତ୍ତମ ପାୟାସିଂ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow