ବ୍ଲକ ସ୍ତରୀୟ କିଶୋରୀ ବାଳିକା ଦକ୍ଷତା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

Oct 28, 2025 - 03:10
 0  26
ବ୍ଲକ ସ୍ତରୀୟ କିଶୋରୀ ବାଳିକା ଦକ୍ଷତା ପ୍ରତିଯୋଗିତା  କାର୍ଯ୍ୟକ୍ରମ ଅନୁଷ୍ଠିତ  ।

ବ୍ଲକ ସ୍ତରୀୟ କିଶୋରୀ ବାଳିକା ଦକ୍ଷତା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଶୁଭମ ବାର୍ତ୍ତା :- ଗୋଲାମୁଣ୍ଡା ,କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ସମନ୍ୱିତ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସଭାଗୃହ ପ୍ରାଙ୍ଗଣ ରେ କିଶୋରୀ ବାଳିକା ପ୍ରତିଭା ଦକ୍ଷତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରପ୍ରାପ୍ତ ସିଡିପିଓ ପଦ୍ମାବତୀ ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା କିଶୋରୀ ବାଳିକା"ଦକ୍ଷତା" କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ବିଡିଓ ଶ୍ରୀଯୁକ୍ତ ତ୍ରିପୁରା ମହାନନ୍ଦ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପୋଷଣ ସଂଯୋଜକ ଅଜୟ ବିହାରି, ମିଶନ ଶକ୍ତି ବିପିସି ରାଜେନ୍ଦ୍ର ମଝିଆସେଠ, ମହିଳା ପରିଦର୍ଶିକା ମଞ୍ଜୁଲତା ପଟ୍ଟନାୟକ,ଶାନ୍ତି ମଙ୍ଗରାଜ,ଗୀତାଞ୍ଜଳି ବେହେରା, ଶିଶୁ ବିକାଶ ପ୍ରକଳ୍ପ ଏକାଉନଟେଣ୍ଟ ସରୋଜ କୁମାର ଦାସ,ପୋଷଣ ବିଶି ହିମାଂଶୁ ବଗର୍ତ୍ତି, ବିନୀତା ରାଉତ ପ୍ରମୁଖ ମଞ୍ଚାସିନ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ପ୍ରକଳ୍ପ ର ୧୮୪ ଟି ଅଙ୍ଗନୱାଡ଼ି କେନ୍ଦ୍ରରୁ ବହୁ ସଂଖ୍ୟାରେ ୧୦ ରୁ ୧୯ ବର୍ଷ ର କିଶୋରୀ ବାଳିକା ମାନେ ଆସିଥିଲେ ଏବଂ ସଙ୍ଗୀତ , ନୃତ୍ୟ,ଚିତ୍ରାଙ୍କନ, ରଚନା ଇତ୍ୟାଦି ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ । ନିଜ, ନିଜର ଅନ୍ତର୍ନିହିତ କୌଶଳ ପ୍ରତିଭା ଦେଖାଇ ଉପସ୍ଥିତ ଲୋକ ମାନଙ୍କ ମନମୁଗ୍ଧ କରିଥିଲେ । ପ୍ରଥମ,ଦ୍ଵିତୀୟ,ତୃତୀୟ ସ୍ଥାନ କୃତିତ୍ବ ହାସଲ କରିଥିବା କିଶୋରୀ ବାଳିକା ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ଟ୍ରଫି ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା । ମମତା ବିଭାଗ ର ଦେବକାନ୍ତ ମେହେର ଏବଂ ମିଶନ ଶକ୍ତି ଡାଟା ଅପ୍ରେଟର କୁମାରୀ ଲବଣୀ ମହାନନ୍ଦ ମଞ୍ଚ ପରିଚାଳନା କରିଥିବା ବେଳେ ସମସ୍ତ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ । ପ୍ରଥମ ସ୍ଥାନ ହାସଲ କରିଥିବା କିଶୋରୀ ବାଳିକା ମାନଙ୍କୁ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଜିଲ୍ଲା ପୋଷଣ ସଂଯୋଜକ ଅଜୟ ବିହାରି ପ୍ରକାଶ କରିଥିଲେ ।

ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow