ଗୋଲାମୁଣ୍ଡାରେ ବନ୍ଦ ଡାକରା । ଡାକରାରେ ସାମିଲ ହେଲେ କଂଗ୍ରେସ କର୍ମୀ ।
ଗୋଲାମୁଣ୍ଡାରେ ବନ୍ଦ ଡାକରା ।ଡାକରାରେ ସାମିଲ ହେଲେ କଂଗ୍ରେସ କର୍ମୀ ।
ଗୋଲାମୁଣ୍ଡା,୨୮।୧(ଶୁଭମ ବାର୍ତ୍ତା):ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେଭି ସିଂହ ଦେଓ ଚାଷୀ କୂଳଙ୍କୁ ନଅ ଟଙ୍କି କହି କଟାକ୍ଷ ମନ୍ତବ୍ୟ ଦେଇ ଉପହାସ କରିଥିବା ପ୍ରତିବାଦରେ ଆଜି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦେଇଥିଲା । ସାରା ରାଜ୍ୟରେ ବନ୍ଦ ଡାକରା ଚାଲିଥିଵା ବେଳେ ଗୋଲାମୁଣ୍ଡା ବ୍ଲକରେ ମଧ୍ୟ ବନ୍ଦ ଡାକରା ଦିଆଯାଇଥିଲା । ଏହି ଡାକରାରେ ଅନେକ କଂଗ୍ରେସ କର୍ମୀ ସାମିଲ ହୋଇ ବେସରକାରୀ କାର୍ଯ୍ୟାଳୟ ବନ୍ଦ କରିବା ସହ ବିଜୁ ଏକ୍ସପ୍ରେସ ଫୋର୍ ୱେ ରାସ୍ତା ଅବରୋଧ କରିଥିଲେ । ଯାହା ଫଳରେ ହଜାର ହଜାର ଯାନବାହାନ ଅଟକି ରହି ରାସ୍ତା ଜାମ ହୋଇଥିବା ରୁ ଯାତାୟାତରେ ଅସ୍ଵଭାବିକ ଦେଖା ଦେଇଥିଲା । ହେଲେ ଦୋକାନ ବଜାର ଖୋଲା ରହିଥିବା ଦେଖିବାକୁ ମିଳିଛି। ସକାଳ ୬ ଘଣ୍ଟାରୁ ଦିନ ୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଥିଲା । ଏଥିରେ ଗୋଲାମୁଣ୍ଡା କଂଗ୍ରେସ ପକ୍ଷରୁ ତୁଲେଶ୍ୱର ନାଏକ, ନୌକେଶର ପଟେଲ , ସାଉଳ ମଙ୍ଗରାଜ, ଦେବରାଜ ଭାଟି, ସାନ ମାଝି, ପ୍ରମୁଖ ସାମିଲ ହୋଇଥିଲେ ।
ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?