୭୭ତମ କଳାହାଣ୍ଡି ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ରିଜର୍ଭ ପୋଲିସ ପଡିଆ ଠାରେ ମହାସମାରୋହରେ ପାଳିତ,

Jan 27, 2026 - 19:58
 0  17
୭୭ତମ କଳାହାଣ୍ଡି ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ରିଜର୍ଭ ପୋଲିସ ପଡିଆ ଠାରେ ମହାସମାରୋହରେ ପାଳିତ,

୭୭ତମ କଳାହାଣ୍ଡି ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ରିଜର୍ଭ ପୋଲିସ ପଡିଆ ଠାରେ ମହାସମାରୋହରେ ପାଳିତ,

ଭବାନୀପାଟଣା, ୨୭/୦୧(ଜଗନ୍ନାଥ ନାଏକ), ଶୁଭମ ବାର୍ତ୍ତା : ୭୭ତମ କଳାହାଣ୍ଡି ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ରିଜର୍ଭ ପୋଲିସ ପଡିଆ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସହରରେ ପ୍ରାତଃ ରାମଧୁନ, ପ୍ରଭାତଫେରୀ, ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରିଜର୍ଭ ପୋଲିସ ପଡିଆଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଜଙ୍ଗଲ,ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ,ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ଶ୍ରୀ ଗଣେଶରାମ ସିଂଖୁଣ୍ଟିଆ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ମିଳିତ ପ୍ୟାରେଡ ପରିଦର୍ଶନ ଓ ଅଭିବାଦନ ଗ୍ରହଣ କରିବା ସହିତ ସମବେତ ଜନତାଙ୍କୁ ଉଦବୋଧନ ଦେଇଥିଲେ । ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ସାଧରଣତନ୍ତ୍ର ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଉଲ୍ଲେଖ କରି ଯେଉଁ ମହାପୁରୁଷଙ୍କ ଅକ୍ଳାନ୍ତ ପରିଶ୍ରମ, ତ୍ୟାଗ ଓ ବଳୀଦାନ ରେ ଭାରତ ସ୍ଵାଧୀନ ହେଲା ଏବଂ ଭାରତର ସୁଶାସନ ପାଇଁ ସମ୍ବିଧାନ ତିଆରି କରାଗଲା , ସେହି ସ୍ବାଧୀନତା ସଂଗ୍ରାମୀ , ମହାମନୀଷୀଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ସୂଚନା ଦେଇ , ବିଶେଷ କରି ଶିକ୍ଷା , ସ୍ବାସ୍ଥ୍ୟ , ଗମନାଗମନ , କୃଷି , ଜଳସେଚନ , ପର୍ଯ୍ୟଟନ ଇତ୍ୟାଦି କ୍ଷେତ୍ରରେ ଜିଲ୍ଲାର ଅଗ୍ରଗତି ଏବଂ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ କିପରି ହୋଇପାରିବ , ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲାସ୍ତରୀୟ ମିଳିତ ପ୍ୟାରେଡ ଉତ୍ସବରେ ପୋଲିସ ବାହିନୀ , ହୋମଗାର୍ଡ ଙ୍କ ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନ ର ସିନିୟର ଏନ.ସି.ସି , ଜୁନିଅର ଏନ.ସି.ସି, ସ୍କାଉଟ, ଗାଇଡ , ଜୁନିଅର ରେଡ଼କ୍ରସ , ସିନିୟର ସିଭିଲିଏନ , ଜୁନିଅର ସିଭିଲିଏନ , ପୋଲିସ ବ୍ୟାଣ୍ଡ ଦଳ ସହ ସର୍ବମୋଟ ୪୩ଟି ଦଳ ଅଂଶ ଗ୍ରହଣ କରି ଆକର୍ଷଣୀୟ ପ୍ୟାରେଡ ପ୍ରଦର୍ଶନ କରିଥିଲେ । ଏଥିରେ ବରିଷ୍ଠ ବିଭାଗର ଶ୍ରେଷ୍ଠ ଏନ.ସି.ସି ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ( ନାଭାଲ ) , କନିଷ୍ଠ ବିଭାଗର ଶ୍ରେଷ୍ଠ ଏନ.ସି.ସି କେନ୍ଦ୍ରୀୟ ବିଦ୍ୟାଳୟ ( ନାଭାଲ) , ଶ୍ରେଷ୍ଠ ସ୍କାଉଟ ବାଲ ଗୋପାଳ ସେବା ନିକେତନ , ଶ୍ରେଷ୍ଠ ଗାଇଡ କିସ ଆବାସିକ ବିଦ୍ୟାଳୟ , ଶ୍ରେଷ୍ଠ ଜୁନିଅର ରେଡ଼କ୍ରସ ସିଟିଜେନ ଇଂଲିଶ ମିଡିଅମ୍ ସ୍କୁଲ , ଶ୍ରେଷ୍ଠ ବରିଷ୍ଠ ସିଭିଲିଏନ ବିମଳା କନଭେଣ୍ଟ ସ୍କୁଲ , ଶ୍ରେଷ୍ଠ କନିଷ୍ଠ ସିଭିଲିଏନ ଶାସ୍ତ୍ରୀଜୀ ଶିକ୍ଷା ନିକେତନ , ଶ୍ରେଷ୍ଠ ବରିଷ୍ଠ ପ୍ଲାଟୁନ କମାଣ୍ଡର ଶୁଭ୍ରାଂଶୁ ଶେଖର ସାହୁ , ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ , ଶ୍ରେଷ୍ଠ ଲିଟିଲ କମାଣ୍ଡର ନୂପୁର ପାତ୍ର , ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର , ସେହିପରି , ଶାରୀରିକ କ୍ରୀଡା କୌଶଳ ରେ ପ୍ରଥମ ଶାସ୍ତ୍ରୀଜୀ ଶିକ୍ଷା ନିକେତନ, ଦ୍ବିତୀୟ କୁଂଫୁ ଫେଡରେଶନ , ତୃତୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସ୍ଥାନ ଅଧିକାର କରି ମୁଖ୍ୟ ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ର ରେ ଶ୍ରେଷ୍ଠ ବିବେଚିତ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ମୁଖ୍ୟ ଅତିଥିଙ୍କ ଦ୍ବାରା ସମ୍ମାନୀତ କରାଯାଇଥିଲା । ପ୍ୟାରେଡ ଉତ୍ସବ ପରେ ମୁଖ୍ୟ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଯାଇ ସେଠାରେ ନୂତନ ରକ୍ତଭଣ୍ଡାରରେ ଅନୁଷ୍ଠିତ ରକ୍ତଦାନ ଶିବିରର ଉଦଘାଟନ କରିଥିଲେ ଏବଂ ଚିକିତ୍ସାଳୟରେ ଥିବା ଅନ୍ତେବାସୀମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଏହାପରେ ଜିଲ୍ଲା କାରାଗାର ପରିଦର୍ଶନ କରି ସେଠାରେ ଥିବା ଅନ୍ତେବାସୀମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଏହି ସବୁ କାର୍ଯ୍ୟକ୍ରମରେ ସାଂସଦ କଳାହାଣ୍ଡି ମାଳବୀକା ଦେବୀ , ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବରକୋଣ୍ଡା , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବଇତୁରା ଦୀପ , ଡି.ଏଫ୍.ଓ (ଉତ୍ତର) ରମେଶ କୁମାର ବିଷ୍ଣୋଇ , ଡି.ଏଫ୍.ଓ (ଦକ୍ଷିଣ) ଆର କଲାଇ ବାନନ୍ ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜିଲ୍ଲା ଅଧିକାରୀ ଡ ନିହାରେନ୍ଦ୍ର ପଣ୍ଡା, ଭାଜପା ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ, ବିଭିନ୍ନ ବିଭାଗୀୟ ପଦାଧୀକାରୀ , ବରିଷ୍ଠ ନାଗରିକ,ଜନପ୍ରତିନିଧି, ଗଣମାଧ୍ୟମ ର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ପରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ କେଶିଙ୍ଗା ପି.ଏମ୍.ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇ ବିଦ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ “ମା କେ ନାମ ଏକ ପେଡ” କାର୍ଯ୍ୟକ୍ରମରେ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ ଏବଂ ବିଦ୍ୟାଳୟର ନବନିର୍ମିତ ଖେଳ ପଡ଼ିଆର ଶୁଭ ଉଦଘାଟନ କରିଥିଲେ । ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଂସଦ କଳାହାଣ୍ଡି ମାଳବୀକା ଦେବୀ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଅନୁପମ ସାହା , ଜିଲା ସଭାପତି ଭାଜପା ଯୁଗଳ କିଶୋର ପୋଢ , ଅଧ୍ୟକ୍ଷ ଏନ.ଏ.ସି କେସିଙ୍ଗା ନୃପରାଜ ଯାଦବ , ଅଧ୍ୟକ୍ଷ ପଂଚାୟତ କେଶିଙ୍ଗା ଚନ୍ଦନ ସେନାପତି , ଜିଲ୍ଲା ଶିକ୍ଷାଧୀକାରୀ ରାଧାକାନ୍ତ ଛତ୍ରୀ ଙ୍କ ସମେତ ସ୍ଥାନୀୟ ବି.ଡି.ଓ , ତହସିଲଦାର , ଜନପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।ସନ୍ଧ୍ୟାରେ ଟାଉନ ହଲ ଠାରେ ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଦୁର୍ଯ୍ୟୋଧନ ଭୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢୀ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ, ଡଃ ଅଜୟ ମିଶ୍ର, ଡଃ ଉମେଶ ଚନ୍ଦ୍ର ଶତପଥୀ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମର ପରିଚାଳନାରେ ହେମନ୍ତ କୁମାର ମୁଣ୍ଡ, ବିରଞ୍ଚି ନାରାୟଣ ମୁଣ୍ଡ, ରବି ପ୍ରସାଦ କାନୁନଗୋ, ଶୁଭେନ୍ଦୁ ବେହେରା, ଚିତ୍ତ ରଞ୍ଜନ କର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ନିଆଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

What's Your Reaction?

like

dislike

love

funny

angry

sad

wow