ସ୍ୱାସ୍ଥ୍ୟ ଶିବିରରେ ଏକ୍ସପ୍ୟାରୀ ମେଡ଼ିସିନ ବଣ୍ଟନ ।
ସ୍ୱାସ୍ଥ୍ୟ ଶିବିରରେ ଏକ୍ସପ୍ୟାରୀ ମେଡ଼ିସିନ ବଣ୍ଟନ ।
ଗୋଲାମୁଣ୍ଡା ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଧାମନପୁର ସ୍ୱାସ୍ଥ୍ୟ ଶିବିରରେ ଏକ୍ସପ୍ୟାରୀ ମେଡ଼ିସିନ ଦେଇଥିବା ଦେଖିବାକୁ ମିଳିଛି। ସୂଚନାରୁ ପ୍ରକାଶ ଉକ୍ତ ସ୍ୱାସ୍ଥ୍ୟ ଶିବିରଟି କେଗାଁ କେନ୍ଦୁ ପତ୍ର ରେଞ୍ଜ ଦ୍ୱାରା ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ଚିକିତ୍ସାଲୟରୁ ଡାକ୍ତରମାନେ ଆସି ଚିକିତ୍ସା କରୁଥିଲେ । ଚିକିତ୍ସା ପରେ ସୁପତି କାଣ୍ଡ ନାମକ ଜଣେ ବୃଦ୍ଧାଲୋକଙ୍କୁ କ୍ୟାଲସିୟମ ସିରପ ଦେଇଥିଲେ। ହେଲେ ସେହି ସିରପର ଅବଧି ଗତ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ଥିଲା। ଅନେକ ଲୋକଙ୍କୁ ଏକ୍ସପ୍ୟାରୀ ମେଡ଼ିସିନ ଦେଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।ଡାକ୍ତର ମାନେ ଯଦି ଏପରି ମେଡ଼ିସିନ ନିରୀହ ଲୋକମାନଙ୍କୁ ଦେବା ନିରୀହ ଲୋକଙ୍କ ଜୀବନ ଉପରେ ଖେଳ ଖେଳୁଛନ୍ତି କି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏ ନେଇ ଚପରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅରବିନ୍ଦ ଦାସଙ୍କୁ ଫୋନ ଯୋଗେ ପଚାରିବାରୁ ସେହି ମେଡ଼ିସିନ ଗୁଡିକ ଚପରିଆ ଡକାରଖାନାରୁ ଯାଇ ନାହିଁ । ତାହା ଜିଲ୍ଲା ଚିକିତ୍ସାଲୟରୁ ଡାକ୍ତର ବିଜୟ ପଣ୍ଡା ମେଡ଼ିସିନ ଆଣି ଦେଇଥିଲେ ବୋଲି ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଆକର୍ଷଣ କରି ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ସାଧାରଣରେ ଦାବୀ ହେଉଛି ।
ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?