ନର୍ଲା ରୋଡ ସ୍ଥିତ ଦିଶା ହୋଟେଲ୍ ଠାରେ ଭଏସ ଅଫ୍ ଶ୍ରମିକ ଫାଉଣ୍ଡେସନ ଅଫ ଇଣ୍ଡିଆ ପକ୍ଷରୁ ସାମାଜିକ ଓ ମହିଳା ସଶକ୍ତି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ।
ନର୍ଲା ରୋଡ ସ୍ଥିତ ଦିଶା ହୋଟେଲ୍ ଠାରେ ଭଏସ ଅଫ୍ ଶ୍ରମିକ ଫାଉଣ୍ଡେସନ ଅଫ ଇଣ୍ଡିଆ ପକ୍ଷରୁ ସାମାଜିକ ଓ ମହିଳା ସଶକ୍ତି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ।
ଶୁଭମ ବାର୍ତ୍ତା :- ତପନ କୁମାର ସାହୁ:- ଆଜି ରବିବର ଦିନ ସକାଳ ୧୦ ଘଣ୍ଟା ସମୟରେ ନର୍ଲାରୋଡ ସ୍ଥିତ ଦିଶା ହୋଟେଲ୍ କଫରେନ୍ସ ଠାରେ ଭଏସ ଅଫ ଶ୍ରମିକ ଫାଉଣ୍ଡେସନ ଅଫ ଇଣ୍ଡିଆ ପକ୍ଷରୁ ସାମାଜିକ ଓ ମହିଳା ସଶକ୍ତି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଏସ ଅଫ୍ ଶ୍ରମିକ ଫାଉଣ୍ଡେସନ ଅଫ ଇଣ୍ଡିଆ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଷ୍ଣୁ ଦାସ ଷ୍ଟେଟ୍ କୋଡିନେଟର ଅଜୟ କୁମାର ଲେଙ୍କା ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସମାଜ ସେଵୀ ସମୀର ଚାନ୍ଦ (ବିଟୁ) ଏଵଂ ମାଡେଲ ସରପଞ୍ଚ ଯୋଗଦେଇଥିଲେ , ମ ରାମପୁର ବ୍ଳକ୍ ଓ ନର୍ଲା ବ୍ଳକ୍ ର ସମସ୍ତ ପଞ୍ଚାୟତ କୋଡିନେଟର ଅଂଶ ଗ୍ରହଣ କରିଥିଲେ । ଫାଉଣ୍ଡେସନ ର ମୂଳ ଲକ୍ଷ୍ୟ ନିରିହ ଗରିବ ଶ୍ରେଣୀୟ ପୁଅ ଝିଅ ମାନଙ୍କୁ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପିଲା ମାନଙ୍କୁ ମାଗଣା ଶିକ୍ଷାଦାନ ଓ ଯୋଗ ଶିକ୍ଷା ଦିଆଯିବା ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ବ୍ୟାପାର କରିବା ପାଇଁ ଆର୍ଥିକ ସୁବିଧା ଯୋଗାଇ ଦିଆଯିବା ନୀରିହ ନିଷ୍ପେସିତ ଝିଅ ଙ୍କ ବିବାହ ପାଇଁ ଆର୍ଥିକ ସହାୟତା ମିଳିବା ଶୁଦ୍ଧ କ୍ରିୟା ନିମନ୍ତେ ସହାୟତା ଯୋଗାଇ ଦିଆଯିବା ସହିତ ପ୍ରତ୍ୟେକ ମେମ୍ବର ମାନଙ୍କୁ ଦକ୍ଷତା ତାଲିମ୍ ଦିଆଯିବା ସହ ନିଯୁକ୍ତି ର ସୁବିଧା ଦିଆଯିବା ପାଇଁ ମଞ୍ଚଷିନ ଅଧ୍ୟକ୍ଷ ମତବ୍ୟକ୍ତ କରିଥିଲେ ଉକ୍ତ କାର୍ଯ୍ୟକ୍ରମରେ ମ ରାମପୁର ବ୍ଲକ କୋଡିନେଟର କାଂହ୍ନା ସୁନା , ସୁପରଭାଇଜର ଟଙ୍କଧର୍ କରୁଆ, ନର୍ଲା ବ୍ଳକ୍ ଆଲୋକ ଦୁର୍ଗା, ମୋହିତ ବିଭାର ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସହଯୋଗ କରିଥିଲେ।
What's Your Reaction?