ରଞ୍ଜନ କୁମାର ମହାନ୍ତିଙ୍କ ବିରୋଧରେ ନିଜର ସୁରକ୍ଷା ନେଇ ନର୍ଲା ସାମ୍ବାଦିକ ସମୂହ ନର୍ଲା ଥାନାରେ ଅଭିଯୋଗ ।

Dec 16, 2025 - 19:18
 0  2
ରଞ୍ଜନ କୁମାର ମହାନ୍ତିଙ୍କ ବିରୋଧରେ ନିଜର ସୁରକ୍ଷା ନେଇ ନର୍ଲା ସାମ୍ବାଦିକ ସମୂହ ନର୍ଲା ଥାନାରେ ଅଭିଯୋଗ ।

ରଞ୍ଜନ କୁମାର ମହାନ୍ତିଙ୍କ ବିରୋଧରେ ନିଜର ସୁରକ୍ଷା ନେଇ ନର୍ଲା ସାମ୍ବାଦିକ ସମୂହ ନର୍ଲା ଥାନାରେ ଅଭିଯୋଗ ।

ନର୍ଲା ଶୁଭମ ବାର୍ତ୍ତା :- ଦିନକୁ ଦିନ ନର୍ଲା ରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପରିସ୍ଥିତି ଜଟିଳ ହେବାର ଲାଗୁଛି। ଏଠାରେ ସୂଚନାଯୋଗ୍ୟ ଯେ,ଜନୈକ ସାମ୍ବାଦିକଙ୍କ ଦ୍ବାରା ସାମାଜିକ ଗଣମାଧ୍ୟମରେ ହୋଇଥିବା ଅଶାଳୀନ ମନ୍ତବ୍ୟ କୁ ନେଇ ବର୍ତ୍ତମାନ ସମୟରେ ନର୍ଲା ସହରରେ ସାମ୍ବାଦିକ ମାନଂକୁ ଜନସାଧାରଣ ଲୋକେ ସାମ୍ବାଦିକ ସମୂହଙ୍କ ଉପରେ ଟାର୍ଗେଟ କରୁଥିବାରୁ କେଉଁ ସମୟରେ ବି ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ହେବାର ସମ୍ଭାବନା ଦେଖାଦେଇଛି । ଏହାକୁ ନେଇ ନର୍ଲା ସାମ୍ବାଦିକ ମାନେ ନର୍ଲା ଥାନାରେ ଦ୍ବାରସ୍ଥ ହୋଇ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ନିର୍ଦ୍ଦିଷ୍ଟ ସାମ୍ବାଦିକ ରଞ୍ଜନ କୁମାର ମହାନ୍ତି ଯାହା ଆଚରଣ କରୁଛନ୍ତି ସେଥିପାଇଁ ସେ ଦାୟୀ ରହିବେ,ଏଥିରେ ନର୍ଲା ସାମ୍ବାଦିକ ସମୂହ ଦାୟୀ ରହିବେ ନାହିଁ ବୋଲି ସାମ୍ବାଦିକ ମାନେ ସ୍ପଷ୍ଟ କରିଛନ୍ତି । ମହିଳା ସଂଗଠନ ସଂପୃକ୍ତି ସାମ୍ବାଦିକ ର ଅଶାଳୀନ ମନ୍ତବ୍ୟ କୁ ନେଇ ଥାନାରେ ମାମଲା କରିଥିବା ବେଳେ ଏହି ଘଟଣା ସାଧାରଣ ଲୋକଙ୍କୁ ଉତ୍ତେଜିତ କରିଛି । ତେଣୁ ଜଣକର ଦୋଷରେ କୈଣସି ସାମ୍ବାଦିକ ସାଧାରଣ ଲୋକଙ୍କ ପାଖରେ ବଳି ନପଡନ୍ତୁ ବୋଲି ଦାବୀ ହୋଇଛି । ରଞ୍ଜନ ମହାନ୍ତି ଙ୍କୁ ବାଦ୍ ଦେବା ପରେ ନର୍ଲାର ଅନ୍ୟ କୈଣସି କାର୍ଯ୍ୟରତ ସାମ୍ବାଦିକ ଉପରେ ବେନିୟମ ଆକ୍ରମଣ ହେଲେ ସାମ୍ବାଦିକ ସମୂହ ତାହା ବରଖାସ୍ତ କରିବେ ନାହିଁ । ଆବଶ୍ୟକ ପଡିଲେ ଆଇନର ଆଶ୍ରୟ ନିଆଯିବ ବୋଲି ସାମ୍ବାଦିକ ସମୂହର ଆବାହକ ଦୀପକ ଠାକୁର ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ।ସାମ୍ବାଦିକ ମାନେ ନର୍ଲା ଅଞ୍ଚଳର ଖବର ପରିବେଷଣ କରିବା ସହ ସ୍ଥାନୀୟ ଲୋକଙ୍କ ସୁବିଧା,ଅସୁବିଧାକୁ ଗଣମାଧ୍ୟମରେ ପ୍ରକାଶ କରୁଛନ୍ତି । ସାଧାରଣ ଲୋକ ଗଣମାଧ୍ୟମ ଉପରେ ଭରସା ରଖୁଥିବା ବେଳେ ଏହି ଘଟଣାରେ ସାଧାରଣ ଜନତା ସାମ୍ବାଦିକଙ୍କୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି । ତେବେ ନର୍ଲା ବ୍ଲକର ଜନସାଧାରଣଙ୍କ ସୁଖ ଦୁଃଖ ରେ ନର୍ଲା ସାମ୍ବାଦିକ ମାନେ କାର୍ଯ୍ୟରତ ଅଛନ୍ତି । ଅନେକ ଝଡଝଞ୍ଜା,ଅଭାବ,ଅନାଟନରେ ରହି ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଶାଣିତ କରୁଛନ୍ତି । ତେଣୁ ସାମ୍ବାଦିକ ଓ ସାଧାରଣ ଲୋକଙ୍କ ଭିତରେ ସୁସମ୍ପର୍କ ରଖିବାକୁ ସମସ୍ତଙ୍କ ନିବେଦନ କରାଯାଇଛି । ନର୍ଲା ପୁଲିସକୁ ଏ ସଂପର୍କୂ ପଚାରିବାରୁ ଅଭିଯୁକ୍ତ ରଞ୍ଜନ ମହାନ୍ତି ପ୍ରତି ପୁଲିସ୍ ର ନଜର ରହିଛି ଓ କାର୍ଯ୍ୟାନୁଷ୍ଠାନ ‌ହେବ ବୋଲି ମୈଖିକ ପ୍ରକାଶ କରିଛନ୍ତି ।

   ନର୍ଲା ରୁ ତପନ କୁମାର ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow