କେବେ ସୁଧୁରିବ ଦାଦନ ଦୁଃଖ, ପୁଣି ଜଣେ ଦାଦନ ଶ୍ରମିକ ର ମୃତ୍ୟୁ,
କେବେ ସୁଧୁରିବ ଦାଦନ ଦୁଃଖ
ପୁଣି ଜଣେ ଦାଦନ ଶ୍ରମିକ ର ମୃତ୍ୟୁ
ଦାଦନ ହୋଇ ଗଲେ ଶବ ହୋଇ ଫେରିଲେ।
ଗୋଲାମୁଣ୍ଡା,୨୪।୯(ଶୁଭମ ବାର୍ତ୍ତା): ଦିନ କୁ ଦିନ ଦାଦନ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ହେଲେ ପ୍ରଶାସନ ପାଖରେ ଗଣତି ନାହିଁ କି ନିଘା ରହୁନି। ଦାଦନ ଭଳି ସମସ୍ୟା ଅଞ୍ଚଳରେ ଉତ୍କୃଷ୍ଟ ହେବାରେ ଲାଗିଛି। ସୋମବାର ଦିନ ଏକ ଦାଦନ ଶ୍ରମିକ ଙ୍କ ମର ଶରୀର ଗାଁ କୁ ଫେରିଥିବା ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି। ମିଳିଥିବା ସୂଚନା ଅନୁଯାୟୀ ଦାଦନ ଶ୍ରମିକ ଜଣକ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଡ଼ଙ୍ଗରିଗୁଡା ଗ୍ରାମର ରାଜେନ୍ଦ୍ର ପଟେଲ। କିଛି ମାସ ତଳେ ପେଟ ପାଟଣା ପାଇଁ ସୁଦୂର ଚେନ୍ନାଇ କୁ ଦାଦନ ଖଟିବାକୁ ଯାଇଥିଲେ।ସେଠାରେ ଏକ ଠିକାଦାର ପାଖରେ କାମ କରି ଭଲ ଦ୍ଵି ପଇସା ଉପାର୍ଜନ କରି ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ଗତ ୨୦ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିବା ଖବର ଆସିଥିଲା। ତାହାବି ତାଙ୍କର ମୃତ ଦେହ ଏକ ଟ୍ରେନ ଲାଇନ ରେ ପଡିଥିବା ଓ ସେଠାକାର ପୁଲିସ ଉଦ୍ଧାର କରିଥିବା ସୂଚନା ମିଳିଥିଲା। ଏକ ଆମ୍ବୁଲାନ୍ସ ଯୋଗେ ଠିକାଦାର ଜଣକ ମୃତ ଦେହ କୁ ଠିକଣା ଅନୁସାରେ ପଠାଇ ଥିବା ଜଣା ପଡିଛି। ଟ୍ରେନ ଲାଇନ ରେ ଶବ ମିଳିବା ଓ ପାର୍ଶ୍ୱ ପ୍ରତିକ୍ରିୟା ଅନୁଯାୟୀ ରାଜେନ୍ଦ୍ର ଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ପରିବାର ପକ୍ଷରୁ କୌଣସି ଥାନାରେ ଏଯାଏଁ ଅଭିଯୋଗ ହୋଇ ନ ଥିବା ଜଣାପଡେ। ଶ୍ରମ ବିଭାଗ ଏହି ଘଟଣା ପ୍ରତି ଦୃଷ୍ଟି ଦେଇ ତଦନ୍ତ କଲେ ପ୍ରକୃତ ସତ୍ୟା ସତ୍ୟ ଆସି ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଅନ୍ୟପଟେ ସରକାର ,ପ୍ରଶାସନ ଦାଦନ ଭଳି ସମସ୍ୟା ଉପରେ ଗୁରୁତ୍ୱ ଦେଲେ କିଛି ମାତ୍ରାରେ ରୋକାଯାଇ ପାରିବ। ମୃତ ରାଜେନ୍ଦ୍ର ପରିବାର କୁ ସରକାରୀ ସହାୟତା ଯୋଗାଇ ଦେବା କୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି।
ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?