ପ୍ରେମ ରେ ବିଫଳ ହେବା ପରେ ଯୁବକ ଙ୍କ ଆତ୍ମହତ୍ୟା ସନ୍ଦେହ
ପ୍ରେମ ରେ ବିଫଳ ହେବା ପରେ ଯୁବକ ଙ୍କ ଆତ୍ମହତ୍ୟା ସନ୍ଦେହ
ଭବାନୀପାଟଣା,୨୩/୦୯ (ଶୁଭମ ବାର୍ତ୍ତା) : ସାମ୍ପ୍ରତିକ ସମୟରେ ପ୍ରେମ ଏକ ମହାମାରୀର ରୂପ ନେଇଛି। ଏହି ପ୍ରେମ ଯୁବକ ଯୁବତୀଙ୍କୁ ଏପରି ଗ୍ରାସ କରିଛି ଯେ, ଥରେ ଯିଏ ପ୍ରେମଫାଶରେ ଫସିଯାଇଛି, ସେଥିରୁ ମୁକୁଳିବାଟା ବହୁତ କଷ୍ଟକର ହୋଇପଡ଼ିଛି। ଫଳରେ ପ୍ରେମ ପାଇଁ ଘଟୁଛି ଅନେକ ଅଘଟଣ। ପ୍ରେମ ପାଇଁ କେଉଁଠି ଯୁବକ ଆତ୍ମହତ୍ୟା କରୁଛି ତ କେଉଁଠି ଯୁବତୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରୁଛି। ଅନେକ କ୍ଷେତ୍ରରେ ପ୍ରେମରେ ବିଫଳ ହୋଇ ଉଭୟ ପ୍ରେମୀଯୁଗଳ ଏକାଠି ଆତ୍ମହତ୍ୟା କରୁଥିବା ଅନେକ ନଜିର ରହିଛି। ଠିକ ସେହିପରି ପ୍ରେମ ରେ ବିଫଳ ହେବା ପରେ ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଅନ୍ତର୍ଗତ ଦଶପୁର ଗାଁ ରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ସୂଚନାମତେ, ଦଶପୁର ଗ୍ରାମର ଉପେନ୍ଦ୍ର ନାଗ ଙ୍କ ପୁଅ ଅଶୋକ ନାଗ (୩୦), ଗ୍ରାମର ଜଣେ ଯୁବତୀ ଙ୍କୁ ପ୍ରେମ କରୁଥିଲେ। ହଟାତ ତାଙ୍କ ପ୍ରେମ ସମ୍ପର୍କରେ ଫାଟ ପଡ଼ିଥିଲା ଯାହାରିଫଳରେ ଯୁବକ ଜଣକ ଭାଙ୍ଗି ପଡ଼ିଥିଲେ। ଆଜି ସନ୍ଧ୍ୟା ୫ଟା ସମୟରେ ଏକ ବିଲରେ ଥିବା ଏକ ଗଛରୁ ଉକ୍ତ ଯୁବକ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ତେବେ ଯୁବକ ଜଣକ ପ୍ରେମ ରେ ବିଫଳ ହେବା ପରେ ଆତ୍ମହତ୍ୟା କରିଥିବା ପୁଲିସ ସୂତ୍ରରୁ ଜଣାପଡିଛ। ଘଟଣା ସ୍ଥଳରେ ଦଶପୁର ଫାଣ୍ଡି ପୁଲିସ ପହଞ୍ଚି ଶଵ ଟି କୁ ଜବତ କରିଥିବା ବେଳେ ଗୋଲାମୁଣ୍ଡା ଥାନା କେଶ ଯୁଡ଼ି କେଶ ନମ୍ବର ୬/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ମୃତ ଶରୀର କୁ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ଶବ ବ୍ୟବଚ୍ଛେଦ ଗୃହ ରେ ରଖିଥିବା ବେଳେ ଆସନ୍ତାକାଲି ଯୁବକ ଜଣକର ଶଵ ବ୍ୟବଚ୍ଛେଦ କରାଯିବ ବୋଲି ଦଶପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ ସୂଚନା ଦେଇଛନ୍ତି।
ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?