ଏନ୍ ଏ ସି ଘୋଷଣା କୁ ନେଇ ନର୍ଲା ରେ ଖୁସିର ଲହରୀ
ଏନ୍ ଏ ସି ଘୋଷଣା କୁ ନେଇ ନର୍ଲା ରେ ଖୁସିର ଲହରୀ
ନର୍ଲା ଶୁଭମ ବାର୍ତ୍ତା :- ରାଜ୍ୟ ସରକାର ପୂର୍ବରୁ ଆମ ରାଜ୍ୟରେ ୧୨ ଟି ଏନ୍ ଏ ସି ଘୋଷଣା କରିଥିଲେ, ସେହି ଘୋଷଣା ରେ ଯେଉଁ ସହର ନା ଥିଲା ସେମାନେ ତ ଖୁସି ଥିଲେ କିନ୍ତୁ ଯେଉଁ ସହର ର ନା ନ ଥିଲା ସେମାନେ ଅସନ୍ତୁଷ୍ଟ ଥିଲେ ସେଥିପାଇଁ କିଛି ଦିନ ହେଲା ରାଜ୍ୟ ର ବିଭିନ୍ନ ସହର ରେ ସାମାଜିକ ସଂଗଠନ ହେଉ ଅବା ରାଜନୈତିକ ସଂଗଠନ ହେଉ ନିଜ ନିଜ ସହରକୁ ଏନ୍ ଏ ସି ମାନ୍ୟତା ପାଇଁ ଦାବୀ କରିବା ସହିତ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ୍ କରିଥିଲେ, ସେହି କ୍ରମ ରେ କଳାହାଣ୍ଡି ଜିଲ୍ଲା ର ନର୍ଲା , ମ ରାମପୁର ଓ ଜୟପାଟଣା ଅଞ୍ଚଳ ବାସୀ ମଧ୍ୟ ସାମିଲ୍ ଥିଲେ ଆଜି ସେମାନଙ୍କ ଦାବି ପୂରଣ ହୋଇଛି , ରାଜ୍ୟ ସରକାର ଆଜି ପୁଣି ୭ ଟି ମୁନ୍ସିପାଲଟି ଓ ୧୬ ଟି ଏନ୍ ଏ ସି ଘୋଷଣା କରିଛନ୍ତି ,ସେହି ଘୋଷଣା ରେ କଳାହାଣ୍ଡି ଜିଲ୍ଲା ର ନର୍ଲା ସହର ର ନାଁ ଥିବାରୁ ନର୍ଲା ଅଞ୍ଚଳ ରେ ଖୁସି ର ଲହରୀ ଖେଳି ଯାଇଛି। ଦୀର୍ଘ ଦିନ ରୁ ନର୍ଲା କୁ ଏନ୍ ଏ ସି ମାନ୍ୟତା ପାଇଁ ବିଭିନ୍ନ ସାମାଜିକ ସଂଗଠନ ଓ ରାଜନୈତିକ ସଂଗଠନ ଦାବୀ ଜଣାଇ ଆସୁଥିଲେ ମଧ୍ୟ ଚଳିତ ମାସ ଜନ୍ମ ହୋଇ ଥିବା ଦୁଇଟି ସଂଗଠନ ପୃଥକ୍ ପୃଥକ୍ ଭାବେ ମଧ୍ୟ ପ୍ରୟାସ୍
କରିଥିଲେ, ଆଜି ସେମାନଙ୍କ ପ୍ରୟାସ ସଫଳ ହୋଇଛି , ରାଜ୍ୟ ସରକାର ନର୍ଲା କୁ ଏନ୍ ଏ ସି ର ମାନ୍ୟତା ପାଇଁ ଘୋଷଣା କରିଛନ୍ତି।
ନର୍ଲା ଅଞ୍ଚଳ ର ବୁଦ୍ଧିଜୀବୀ, ରାଜନେତା, ଆଇନ୍ ଜୀବୀ ସମେତ ସାଧାରଣ ଜନତା ରାଜ୍ୟ ସରକାର ଙ୍କୁ କୃତଜ୍ଞତା ଜ୍ଞାପନ କରିଥିବା ବେଳେ ନର୍ଲା ବିଧାୟିକା ମନୋରମା ମହାନ୍ତି ମଧ୍ୟ ରାଜ୍ୟ ସରକାର ଙ୍କୁ ଧନ୍ୟବାଦ୍ ଜଣାଇ ଥିବା ବେଳେ ମ ରାମ୍ ପୁର୍ ଏଥିରୁ ବାଦ୍ ପଡ଼ିଥିବାରୁ ଆଗାମୀ ଦିନରେ ନର୍ଲା ବିଜେଡି ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅପଣାଇବେ ବୋଲି ପ୍ରତିକ୍ରିୟା ରଖିଛନ୍ତି।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?