ହାଇକୋର୍ଟ ଆଇନଜୀବୀ ସୌରଭ ଦାସ ଙ୍କ ଉଦ୍ୟମରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାର ଙ୍କୁ ଆର୍ଥିକ ସହାୟତା ପ୍ରଦାନ ।

Jul 31, 2025 - 17:41
 0  21
ହାଇକୋର୍ଟ ଆଇନଜୀବୀ ସୌରଭ ଦାସ ଙ୍କ ଉଦ୍ୟମରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାର ଙ୍କୁ ଆର୍ଥିକ ସହାୟତା ପ୍ରଦାନ ।

 ହାଇକୋର୍ଟ ଆଇନଜୀବୀ ସୌରଭ ଦାସ ଙ୍କ ଉଦ୍ୟମରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାର ଙ୍କୁ ଆର୍ଥିକ ସହାୟତା ପ୍ରଦାନ ।

ଶୁଭମ ବାର୍ତ୍ତା - ଗତ ୧୦/୧୧/୨୦୨୪ ରିଖ ଦିନ ନର୍ଲା ଥାନା ଅନ୍ତର୍ଗତ ବଡଚିଚିଙ୍ଗ ଗ୍ରାମର ସ୍ୱର୍ଗତ ହେମରାଜ ବାଗ ୨୨ ବର୍ଷୀୟ ଯୁବକ ଙ୍କ ଚିପୂଲ୍ ନାଳ ନିକଟରେ ବାଇକ୍ ଦୁର୍ଘଟଣା ରେ ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ମୃତକ ଙ୍କ ବାପା ସଦାନନ୍ଦ ବାଗ ଙ୍କୁ ସହଯୋଗ ର ହାତ ବଢ଼ାଇଥିଲେ ନର୍ଲା ସହରର ଜନ୍ମିତ ଓଡ଼ିଶା ହାଇକୋର୍ଟ ରେ କାର୍ଯ୍ୟରତ ଯୁବ ତଥା ନବାଗତ ଆଇନଜୀବୀ ସୌରଭ ଦାସ (ସୋମ ଦାସ) କେଶ ନମ୍ୱର୍ -୨୬୯/୨୪ ମାମଲା ଅନୁଯାୟୀ ମାନ୍ୟବର ଜିଲ୍ଲା ଦୌରା ଜର୍ଜ ଠାରେ MACT ପିଟିସନ ଦାଖଲ କରିଥିଲେ ଓ କ୍ଷତି ପୂରଣ ଦାବିରେ ଦୀର୍ଘ ସାତ ମାସ ପର୍ଯ୍ୟନ୍ତ ଲଢ଼ିଥିଲେ । ମାନ୍ୟବର ଜିଲ୍ଲା ଦୌରା ଜର୍ଜ ଙ୍କ ନିଷ୍ପତ୍ତି କ୍ରମେ ବାର ଲକ୍ଷ ପଚାଶ ହଜାର ଟଙ୍କା ଚେକ୍ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗତ ଜୁଲାଇ ୨୦୨୫ ରେ ଆଇନଜୀବି ଶ୍ରୀଯୁକ୍ତ ଦାସ ମୃତକ ପରିବାର ଗୁଣବତୀ ବାଗ ଓ ସଦାନନ୍ଦ ବାଗ ଙ୍କୁ ଇନ୍ ସୁରେନ୍ସ କମ୍ପାନୀ ପକ୍ଷରୁ ୧୨ ଲକ୍ଷ ୫୦,୦୦୦ ହଜାର ଟଙ୍କା ଚେକ୍ ମାଧ୍ୟମରେ ପ୍ରଦାନ କରିଥିଲେ। ଅର୍ଥ ମିଳିବା ପରେ ପରିବାର ପକ୍ଷରୁ ଶ୍ରୀଯୁକ୍ତ ସୋମଦାସ ଙ୍କୁ ସାଧୁବାଦ ଜଣାଇଥିଲେ।

What's Your Reaction?

like

dislike

love

funny

angry

sad

wow