୫ ମ ଦିନରେ ଶ୍ରୀଗଣେଶ ଙ୍କ ଭର୍ଷାଣି ଯାତ୍ରା ସମ୍ପନ୍ନ,

Aug 31, 2025 - 19:18
Aug 31, 2025 - 19:21
 0  39
୫ ମ ଦିନରେ ଶ୍ରୀଗଣେଶ ଙ୍କ  ଭର୍ଷାଣି ଯାତ୍ରା ସମ୍ପନ୍ନ,

ମ ଦିନରେ ଶ୍ରୀଗଣେଶ ଙ୍କ ଭର୍ଷାଣି ଯାତ୍ରା ସମ୍ପନ୍ନ,

ଗୋଲାମୁଣ୍ଡା ୩୧/୮(ଶୁଭମ ବାର୍ତ୍ତା) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମାନଝରି ପଞ୍ଚାୟତ ଅଧୀନ ଡୁଡୁକେଲ ଗ୍ରାମର ସିଦ୍ଧି ବିନାୟକ କମିଟି ଆନୁକୂଲ୍ୟରେ ପୂଜା ହୋଇଥିବା ଦେବ ଦେବ ମହାଦେବ ଏବଂ ମାତା ପାର୍ବତୀ ଙ୍କ ସୁପୁତ୍ର ବିଘ୍ନ ବିନାଶକ ଅଗ୍ରପୂଜ୍ୟ ବିଦ୍ୟାଦାତା ଶ୍ରୀଗଣେଶ ଙ୍କ ଭର୍ଷାଣି ଯାତ୍ରା ସମାପ୍ତ ହୋଇଯାଇଛି । ଏହି ପୂଜା ଡୁଡ଼କେଲ ଗ୍ରାମର ସିଦ୍ଧି ବିନାୟକ କମିଟି ଆନୁକୂଲ୍ୟରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ପୂଜନ ଉତ୍ସବ ଆୟୋଜିତ ହୋଇ ପଞ୍ଚମ ଦିନରେ ପୂର୍ଣ୍ଣାହୁତି ସହ ଭର୍ଷାଣି ଯାତ୍ରା ସମାପ୍ତ ହୋଇଯାଇଛି । ଏହି ଅବସରରେ ଶେଷ ରଜନୀ ରେ ମୁଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ମାନଝରି ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ଜଗୁଜିବନ୍ ଅଘ୍ରିଆ,ୱାର୍ଡ ସଭ୍ୟ ଧୀରେନ୍ଦ୍ର ମାଝି, ଅନ୍ତେ ତାଣ୍ଡି , ଗ୍ରାମର ବୈଜ୍ୟେଷ୍ଠ ଗ୍ରାମମୁଖିଆ ଶ୍ରୀଯୁକ୍ତ ଲାଳସାଏ ମହାନନ୍ଦ, ଶ୍ରୀଯୁକ୍ତ ସାଧୁ ରାମ ବଗର୍ତ୍ତି ,ନାଏବ ସରପଞ୍ଚ ପ୍ରତିନିଧି ରଜିନ ଭାଟି , ଗ୍ରାମ୍ୟ ଗୌନ୍ତିଆ ଶଶିଧର ବଗର୍ତ୍ତି ପ୍ରମୁଖ ଯୋଗ ଦେଇ ଗଣେଶ ମହାପ୍ରଭୁ ଙ୍କ ଗାଥା ଉପରେ ନିଜ, ନିଜର ଅଭିଭାଷଣ ରଖିଥିଲେ ।

ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow