ଶ୍ରୀଗଣେଶ ଙ୍କ ଭର୍ଷାଣି ଯାତ୍ରା ସମାପ୍ତ,
ଶ୍ରୀଗଣେଶ ଙ୍କ ଭର୍ଷାଣି ଯାତ୍ରା ସମାପ୍ତ,
ଗୋଲାମୁଣ୍ଡା,୨୯/୮(ଶୁଭମ ବାର୍ତ୍ତା) ପୁରାଣ ଯୁଗରୁ ଦେଖିବାକୁ ମିଳିଛି ଯେ ସଂହାର କର୍ତ୍ତା ଦେବ ଦେବ ମହାଦେବ ଏବଂ ମାତା ପାର୍ବତୀ ଙ୍କ ସୁପୁତ୍ର ଶ୍ରୀଗଣେଶ ଙ୍କୁ ଅଗ୍ରପୂଜ୍ୟ ବିଦ୍ୟାଦାତା ଭାବେ ସ୍କୁଲ ମାନଙ୍କରେ ପୂଜାର୍ଚ୍ଚନା କରାଯାଉଥିଲା । ହେଲେ ଆଜିର ଦିନରେ ସ୍କୁଲ କଲେଜ ରେ ପୂଜା ହେବା ସହ ଗ୍ରାମର ପଡ଼ା ସାହି ରେ ମଧ୍ୟ ଶ୍ରୀଗଣେଶ ପୂଜାର୍ଚ୍ଚନା ହେଉଥିବା ଦେଖିବାକୁ ମିଳୁଛି । ଏହି ପୂଜା ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ କରାଯାଇଥାଏ । ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ଗ୍ରାମରେ ଅଗ୍ରପୂଜ୍ୟ ବିଦ୍ୟାଦାତା ବିଘ୍ନ ବିନାସନ ଶ୍ରୀ ଗଣେଶ ମହାପ୍ରଭୁ ଙ୍କ ପୂଜାନୋତ୍ସବ ବୁଧବାର ଦିନ ଠାରୁ ମହାଆଡ଼ମ୍ବରରେ ପୂଜାର୍ଚ୍ଚନା ହୋଇଥିବା ଦେଖିବାକୁ ମିଳିଛି । ଗ୍ରାମର ଶ୍ରଦ୍ଧାଳୁ ଭକ୍ତମାନେ ଶ୍ରୀଗଣେଶ ମୂର୍ତ୍ତି ରେ ଫୁଲମାଲା ଧୂପ ଦୀପ ନୈବେଦ୍ୟ ଦେଇ ବିଭିନ୍ନ ପ୍ରଜାତି ର ଫଳ,ଫୁଲ ଅର୍ପଣ କରି ନିଜ ର ମନସ୍କାମନା ପୂର୍ଣ୍ଣ ନିମନ୍ତେ ମାନସୀ ଥାଆନ୍ତି । ଏହି ପୂଜା ଧୁମ ଧାମ ରେ ପୂଜାର୍ଚ୍ଚନା କରିବା ପରେ ତୃତୀୟ ଦିନ ଶୁକ୍ରବାର ରେ ପୂର୍ଣ୍ଣାହୁତି ସହ ବିସର୍ଜନ କାର୍ଯ୍ୟ ସମାପନ କରି ଶ୍ରୀ ଗଜାନନ ଙ୍କ ମୂର୍ତ୍ତି ଭର୍ଷାଣି ଯାତ୍ରା ସମାପ୍ତ ହୋଇଥିବା ଦେଖିବାକୁ ମିଳିଛି। ଗ୍ରାମର ଅଧିକାଂଶ ଯୁବକ ଯୁବତୀ ମାନେ ଡିଜେ ବାଜା ବଜାଇ ଟ୍ରାକ୍ଟର ମାଧ୍ୟମରେ ଶ୍ରୀଗଣେଶ ମୂର୍ତ୍ତି କୁ ଘର,ଘର ବୁଲାଇ ବନ୍ଦାପନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଯୁବକ , ଯୁବତୀ ମାନେ ଉତ୍ସାହ ର ସହ ଡିଜେ ବାଜା ବଜାଇ ନାଚ ଗୀତରେ ମଜିଯାଇଥିଲେ ଏବଂ ଶାନ୍ତି ଶୃଙ୍ଖଳା ସହ ଭର୍ଷାଣି ଯାତ୍ରା ସମାପ୍ତ ହୋଇଥିବା ଦେଖିବାକୁ ମିଳିଥିଲା ।
ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?