ଗୋଲାମୁଣ୍ଡା ବ୍ଲକ ଅଂଚଳ ରେ ଚଢା ଦରରେ ସାର ବିକ୍ରି,

Jul 28, 2025 - 19:52
 0  41
ଗୋଲାମୁଣ୍ଡା ବ୍ଲକ ଅଂଚଳ ରେ ଚଢା ଦରରେ ସାର ବିକ୍ରି,

ଗୋଲାମୁଣ୍ଡା ବ୍ଲକ ଅଂଚଳ ରେ ଚଢା ଦରରେ ସାର ବିକ୍ରି,

ଗୋଲାମୁଣ୍ଡା.28/07(ଶୁଭମ ବାର୍ତ୍ତା) କଲାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅଂଚଲରେ ରାସାୟନିକ ସାର ଚଢାଦରରେ ବିକ୍ରି ହେଉଥିବା ଦେଖା ଦେଇଛି ।ବିକ୍ରୟ ମୁଳ୍ୟରେ କୌଣସି ସ୍ୱଚ୍ଛତା ରହୁନାହିଁ । ବ୍ଲକ ର ବିଭିିନ୍ନ ଅଂଚଳ ରେ ବିଭିନ୍ନ ପ୍ରକାର ଦର ରେ ବିକ୍ରି ହେଉଥିବା ଦେଖା ଯାଉଛି ।ସରକାରୀ ଧାର୍ଯ୍ୟ ଦର ଠାରୁ ରାସାୟନିକ ସାର ୫୦ ରୁ ୨୦୦ ଟଙ୍କା ଅଧିକ ମୁଳ୍ୟରେ ବିକ୍ରି ହେଉଥିବା ଜଣାଯାଇଛି । ୟୁରିଆ ବସ୍ତା ପିଛା ୩୦୦ ଟଙ୍କା ବିକ୍ରି ହେବାକୁ ଥିବା ବେଳେ କେତକ ସ୍ଥାନରେ ୪୦୦ ଟଙ୍କା , ଡିଏପି ସାର ୧୩୫୦ ପରିବର୍ତ୍ତେ ୧୫୦୦ ଟଙ୍କା ବିକ୍ରି ହେଉଥିବା ଅଭିଯୋଗ ହେଉଛି । କିଛି ବର୍ଷ ହେବ ଏହି ଅଂଚଳରେ ସମାନ ଅବସ୍ଥା ହେଉଥିବା ବେଳେ କୃଷି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଚାଷି ମହଲରେ ଅସନ୍ତୋଷ ଦେଖାଦେଉଛି । ଚାଷି ଙ୍କ ଅଭିଯୋଗ ମୁତାବକ ଚଳିତ ଖରିଫ ରୁତୁରେ ହୋଇଥିବା ଧାନ ତଥା କପା ଫସଲରେ ମୁଳ ସାର ପ୍ରୟୋଗ ପାଇଁ ବର୍ତମାନ ଉପଯୁକ୍ତ ସମୟ । କାରଣ ଧାନ ତଥା କପା ଗଛ କୁ ସଶକ୍ତ କରିବାରେ ସହାୟକ ହୋଇଥାଏ । ତେବେ ଗଛକୁ ମୁଳରେ ୟୁରିଆ,ପଟାସ,ଡିଏପି ସାର ପ୍ରୟୋଗ ର ଯଥେଷ୍ଟ ଗୁରୁତ୍ୱ ରହିଛି । ଉକ୍ତ ବ୍ଲକ ରେ ସମସ୍ତ ସମବାୟ ସମିତି ମାନଙ୍କରେ ପର୍ଯ୍ୟାପ୍ତ ପରିମାଣ ରେ ସାର ରଖୁ ନାହାନ୍ତି ଯାହା ଫଳରେ ଖୁଚୁରା ବିକ୍ରୟ କେନ୍ଦ୍ର ରେ ମାାତ୍ରାଧିକ ଦରରେ ଶୁଣି ଚାଷି ଚିନ୍ତା ରେ ପଡୁଛନ୍ତି ।ମହାଲିଙ୍ଗ,ଚପ୍ରିଆ,କୁହୁରା,ବଡଚେରଗାଁ,ମାନଝରି,ଦସପୁର ,ଧାମନପୁର,ତୁମୁରା ଉଛୁଲା ଆଦି ଅଂଚଳ ର ଥିବା ସାର ଖୁଚୁରା ବିକ୍ରୟ କେନ୍ଦ୍ର ମାନଙ୍କରେ ଚଢା ଦରରେ ସାର ବିକ୍ରି କରି ଚାଷିଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି । ଉକ୍ତ ଅଂଚଳରେ ସାର ତଥା କିଟନାଶକ କେନ୍ଦ୍ର ରେ ଦର ତାଳିକା ଟଙ୍ଗା ଯାଉନାହିଁ । ସାର ସହିତ କିଛି କିଟନାଶକ ଔଷୋଧ ଏବଂତରଳ ସାର ଟ୍ୟାଗ କରି ନେବାକୁ ଚାଷିଙ୍କୁ ବାଧ୍ୟ କରୁଥିବାର ଦେଖାଯାଉଛି । ସେହିପରି କୋ- ଅପରେଟିଭ ସୋସାଇଟି ମାଧ୍ୟମରେ ଯୋଗାଣର ଉପକାର ଅନେକ ସମୟରେ ଚାଷି ପାଇପାରୁ ନାହାନ୍ତି । ଏ ସଂପର୍କ ରେ ଗୋଲାମୁଣ୍ଡା ଗୋଷ୍ଠି କୃଷି ଅଧିକାରୀ ନୌକେଶ୍ୱର ନାଗ ଙ୍କୁ ପଚାରିବାରୁ ଏ ଦିଗରେ ଆମେ ଯତ୍ନବାନ ଅଛୁଁ ଖୁବ ଶିଘ୍ର ଚଢଉ କରାଯିବ ବୋଲି କହିଛନ୍ତି ।

ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow