ଜୁନାଗଡ଼ ସହରରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣରେ ନକଲି ବିଦେଶୀ ମଦ ସହ ୨ଜଣ ଗିରଫ,

Feb 25, 2026 - 06:13
Feb 25, 2026 - 08:15
 0  60
ଜୁନାଗଡ଼ ସହରରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣରେ ନକଲି ବିଦେଶୀ ମଦ ସହ ୨ଜଣ ଗିରଫ,

ଜୁନାଗଡ଼ ସହରରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣରେ

ନକଲି ବିଦେଶୀ ମଦ ସହ ୨ଜଣ ଗିରଫ,

ଭବାନୀପାଟଣା, ୨୪/୦୨(ଅଜିତ ମାଝୀ), ଶୁଭମ ବାର୍ତ୍ତା : କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ନକଲି ବିଦେଶୀ ମଦ ପ୍ରସ୍ତୁତ ହେଉଥିବା ଖବର ପାଇ ମଙ୍ଗଳବାର ସକାଳୁ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ାଉ କରାଯାଇଥିଲା। ଏହି ସମୟରେ ସହରର ମେଡ଼ିକାଲ ଛକ ନିକଟିସ୍ଥ ସନ୍ତୋଷ ପଟ୍ଟନାୟକଙ୍କୁ ଘରୁ ୩୩ ଲିଟର ନକଲି ବିଦେଶୀ ମଦ ଜବତ ସହ ନକଲି ବିଦେଶୀ ମଦ ଠିପି ୯୮୮ଟି, ଖାଲି ବୋତଲ ୭୩, ଇଏଲ (ସରକାରୀ ଲୋଗୋ ଥିବା ଷ୍ଟିକର ୯୨୪ ଟି ଜବତ କରାଯାଇଥିଲା।

ଏହାକୁ ନେଇ ଜୁନାଗଡ଼ ଅବକାରୀ ଥାନାରେ ଏକ ମାମଲା ନଂ(୨୭୨/୨୫/୨୬) ରୁଜୁ ହୋଇଥିବାବେଳେ ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ସନ୍ତୋଷ ପଟ୍ଟନାୟକଙ୍କୁ ଗିରଫ କରାଯାଇଛି । ଅନ୍ୟପକ୍ଷରେ ଏହି ସମାନ ଘଟଣାରେ ହଣ୍ଡାଖାଲ ପଡାରୁ ରିଙ୍କୁ ମଙ୍ଗରାଜ (୨୮)ଙ୍କୁ ମଧ୍ୟ ଗିରଫ କରାଯାଇଛି । ଅଭିଯୁକ୍ତ ରିଙ୍କୁଙ୍କ ଭଡାଘରୁ ନକଲି ବିଦେଶୀ ମଦ ଠିପି ୧୩୩୩, ଖାଲି ବୋତଲ ୧୯, ଇଏଲ (ସରକାରୀ ଲୋଗୋ ଥିବା ଷ୍ଟିକର ହଜାରେଟି ଜବତ କରାଯାଇଥିଲା। ଜିଲା ଅବକାରୀ ଅଧ୍ୟକ୍ଷକ ରଞ୍ଜନ ନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉରେ ଧର୍ମଗଡ଼ ରେଞ୍ଜ ଇନ୍ସପେକ୍ଟର ଅରୁଣ କୁମାର ଯୋଶୀ ଓ ଜୁନାଗଡ଼ ଅବକାରୀ ସହକାରୀ ଇନ୍ସପେକ୍ଟର ଲକ୍ଷ୍ମୀପ୍ରିୟ ମଲ୍ଲିକ ପ୍ରମୁଖଙ୍କ ଉପସ୍ଥିତ ରହିଥିଲେ ।

What's Your Reaction?

like

dislike

love

funny

angry

sad

wow