ଡ଼କାୟତି ଅଭିଯୋଗରେ ସାତ ଅଭିଯୁକ୍ତ କୁ କୋର୍ଟ ଚାଲାଣ କଲା ନର୍ଲା ପୋଲିସ,

Sep 2, 2026 - 21:55
Sep 2, 2026 - 22:33
 0  101
ଡ଼କାୟତି  ଅଭିଯୋଗରେ ସାତ ଅଭିଯୁକ୍ତ କୁ କୋର୍ଟ ଚାଲାଣ କଲା ନର୍ଲା ପୋଲିସ,

ଡ଼କାୟତି ଅଭିଯୋଗରେ ସାତ ଅଭିଯୁକ୍ତ କୁ କୋର୍ଟ ଚାଲାଣ କଲା ନର୍ଲା ପୋଲିସ,

ନର୍ଲା, ଶୁଭମ ବାର୍ତ୍ତା  :- ଗତ ଅଗଷ୍ଟ ମାସ ୧୨ ତାରିଖ ବୁଧବାର ଦିନ ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ନର୍ଲା ଥାନା ଅନ୍ତର୍ଗତ ଚିପୂଲ ନାଲା ନିକଟରେ ଭବାନୀପାଟଣା ସହରର ଘନଶ୍ୟାମ ଅଗ୍ରୱାଲ ବ୍ୟବସାୟୀ ଙ୍କ ଠାରୁ ଲକ୍ଷାଧିକ ଟଙ୍କା ଦୁର୍ବୃତ୍ତ ଚୋର ମାନେ ଚୋରୀ କରିଥିବା ଘଟଣା କୁ ନେଇ ଉପେନ୍ଦ୍ର ରାଉତ ନାମକ ବ୍ୟକ୍ତି ନର୍ଲା ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇଁ ନର୍ଲା ପୋଲିସ କେଶ୍ ନମ୍ବର୍ -167/26 ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ବିଭିନ୍ନ ସି,ସି କ୍ୟାମେରା ଫୁଟେଜ୍ କୁ ଆଧାର କରି ପୋଲିସ୍ ଗତ 0୧/0୯/୨୬ ରିଖ ମଙ୍ଗଳବାର ଦିନ ବିଭିନ୍ନ ଅଞ୍ଚଳରୁ ସାତ ଜଣ ଅଭିଯୁକ୍ତ କୁ ଗିରଫ କରିବାରେ ସଫଳ ହୋଇଥଲା,ତାଙ୍କ ଠାରୁ ବ୍ୟବହୃତ ଦୁଇଟି ଚାରି ଚକିଆ କାର ଓ ଦୁଇଟି ମୋଟର ସାଇକେଲ ସହିତ ନଗଦ 3,85,000/- ଟଙ୍କା ସୁନା 7, 690 ଗ୍ରାମ ସହିତ ପ୍ରାୟ 10ରୁ ଉର୍ଦ୍ଧ୍ବ ବ୍ୟବହୃତ ମୋବାଇଲ ଫୋନ୍ ଜବତ୍ କରିଥିଲା । ଅଭିଯୁକ୍ତ ମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ 0୨/0୯/୨୬ ରିଖ ବୁଧବାର ଦିନ ସନ୍ଧ୍ୟା ଛଅ ଘଣ୍ଟା ସମୟରେ ନର୍ଲା ଥାନା ଅଧିକାରୀ ଶ୍ରୀଯୁକ୍ତ କୈବଲ୍ୟ ସେଠ୍ ସାମ୍ବାଦିକ ସମ୍ମିଳନୀ କରି ସାତ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛନ୍ତି । ଅଭିଯୁକ୍ତ ମାନେ ହେଲେ (1) ବିକାଶ ଚନ୍ଦ୍ର ସାହୁ ୨୮ ବର୍ଷ ଗ୍ରାମ- ବଲବସପୁର (୨) ସୁଶାନ୍ତ ଗୌଡ଼ ୩୫ ବର୍ଷ ଗ୍ରାମ- ସିକେରକୁପା (୩) ପ୍ରଦୀପ କୁମାର ନାଏକ ୩୦ ବର୍ଷ ଗ୍ରାମ- ସିକେରକୂପା (୪) ପ୍ରଶାନ୍ତ କୁମାର ଜାଲ ୨୮ ବର୍ଷ ଗ୍ରାମ- କାଉଗୁଡା (୫) ଦେବାଶିଷ ଗଉଡ ୨୧ ବର୍ଷ ଗ୍ରାମ -ଲାଞ୍ଜିଗଡରୋଡ (୬) ଅଜିତ୍ କୁମାର ସାହୁ ୩୮ ବର୍ଷ ଗ୍ରାମ -ବଳବସପୁର (୭) ଆରୀୟନ୍ ନାଏକ ୨୫ ବର୍ଷ ଗ୍ରାମ -ମେଦିନୀପୁର ବାସିନ୍ଦା ଅଟନ୍ତି ଆଉ ତିନି ଅଭିଯୁକ୍ତ ଫେରାର ହୋଇଥିବା ସୂଚନା ମିଳିଛି।

What's Your Reaction?

like

dislike

love

funny

angry

sad

wow