ଫୁଣ୍ଡା ଗ୍ୟାସ ବିତରଣ ଏଜେନ୍ସି କୁ ଅନୁକମ୍ପା କାହା ସ୍ଵାର୍ଥରେ ,ସିଲିଣ୍ଡର ଜବତ ପରେ ଏଜେନ୍ସି ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୁନ

Aug 26, 2026 - 08:34
 0  29
ଫୁଣ୍ଡା ଗ୍ୟାସ ବିତରଣ ଏଜେନ୍ସି କୁ ଅନୁକମ୍ପା କାହା ସ୍ଵାର୍ଥରେ ,ସିଲିଣ୍ଡର ଜବତ ପରେ ଏଜେନ୍ସି ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୁନ

ଫୁଣ୍ଡା ଗ୍ୟାସ ବିତରଣ ଏଜେନ୍ସି କୁ ଅନୁକମ୍ପା କାହା ସ୍ଵାର୍ଥରେ,ସିଲିଣ୍ଡର ଜବତ ପରେ ଏଜେନ୍ସି ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୁନ

ଏହାର ତଦନ୍ତ ହେବ : ଧର୍ମଗଡ଼ ଉପଜିଲ୍ଲାପାଳ

ଗୋଲାମୁଣ୍ଡା ବ୍ଲକ, ରୁ ଉପେନ୍ଦ୍ର ବଗର୍ତ୍ତି ୨୫/୦୮(ଶୁଭମ ବାର୍ତ୍ତା) ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ସାରା ଦେଶରେ ଖାଉଟି ଗ୍ୟାସ ଯୋଗାଣକୁ ନେଇ ସଙ୍କଟ ଦେଖାଦେଇଥିବା ବେଳେ ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡ଼ିଛି। ଗ୍ୟାସ ସିଲିଣ୍ଡର ପାଇବା ପାଇଁ ଗରିବ ଓ ସାଧାରଣ ଲୋକଙ୍କୁ ନିଜର ଦୈନନ୍ଦିନ କାମ ଛାଡ଼ି ଏଜେନ୍ସିରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଥିବା ଅଭିଯୋଗ ହେଉଛି। ଜୁନାଗଡ଼ ବ୍ଲକର ଅନେକ ଉପଭୋକ୍ତା ଗୋଲାମୁଣ୍ଡା ଅଞ୍ଚଳରେ ଥିବା ଭାରତ ଗ୍ୟାସ ଏଜେନ୍ସି ଉପରେ ନିର୍ଭରଶୀଳ। ଜୁନାଗଡ଼ରୁ ପ୍ରାୟ ୨୦ରୁ ୨୫ କିଲୋମିଟର ଦୂର ଯାତ୍ରା କରି ଲୋକେ ସକାଳୁ ଏଜେନ୍ସିରେ ପହଞ୍ଚୁଛନ୍ତି। ଦୀର୍ଘ ସମୟ ଅପେକ୍ଷା କରିବା ପରେ ମଧ୍ୟ ଅନେକ ସମୟରେ ଗ୍ୟାସ ନମିଳିବାରୁ ଖାଲି ହାତରେ ଘରକୁ ଫେରିବାକୁ ପଡ଼ୁଛି। ସ୍ଥାନୀୟ ଉପଭୋକ୍ତାଙ୍କ ଅଭିଯୋଗ ଅନୁସାରେ, ଗୋଟିଏ ଗ୍ୟାସ ସିଲିଣ୍ଡର ପାଇବାକୁ ପ୍ରାୟ ୪୫ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି। ଅନ୍ୟପକ୍ଷରେ ଜୁନାଗଡ଼ର କିଛି ଦୋକାନକୁ ରାତି ସମୟରେ ଗ୍ୟାସ ସିଲିଣ୍ଡର ଯୋଗାଣ କରାଯାଉଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି। ଏହା ଯୋଗୁଁ ସାଧାରଣ ଉପଭୋକ୍ତା ଗ୍ୟାସ ପାଇବାରୁ ବଞ୍ଚିତ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି।

ଗତକାଲି ସନ୍ଧ୍ୟାରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫୁଣ୍ଡା ର ଭାରତୀ ଗ୍ୟାସ ଏଜେନ୍ସି ପକ୍ଷରୁ ଏକ ପିକଅପ ଗାଡି ଖାଉଟି ଗ୍ୟାସ ଜୁନାଗଡ଼ କୁ ଚୋରାଚାଲାଣ ହେଉଥିଲା । କୌଣସି ମତେ ଖବର ପାଇ ଯୋଗାଣ ବିଭାଗ ପକ୍ଷରୁ ଜୁନାଗଡ଼ରେ ପିକଅପ ଗାଡିକୁ ଧରିବାରେ ସଫଳ ହେବା ସହ ୭୮ ଟି ସିଲିଣ୍ଡର କୁ ଜବତ କରିଥିଲେ । ସେଥିମଧ୍ୟରୁ ୨ ଟି ସିଲିଣ୍ଡର ଡ୍ୟାମେଜ ଥିବା ବେଳେ ୧୯ ଟି ଖାଲି ସିଲିଣ୍ଡର ଓ ବାକି ୫୪ ଟି ଫୁଲ ସିଲିଣ୍ଡର ଥିଲା । ଯୋଗାଣ ବିଭାଗ ଗାଡିକୁ ପୁଲିସକୁ ଜିମା ଦେଇଥିବା ବେଳେ ଗ୍ୟାସ ସିଲିଣ୍ଡରକୁ ମୁଣ୍ଡରାଗୁଡା ଗ୍ୟାସ ଏଜେନ୍ସିକୁ ଜିମା ଦେଇଥିଲେ । ପରିତାପର ବିଷୟ ବେଆଇନ ଗ୍ୟାସ ଜବତ କରିବାର ୪୮ ଘଣ୍ଟା ବିତି ଯାଇଥିବା ବେଳେ ଏପର୍ଯ୍ୟନ୍ତ ଏଜେନ୍ସି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଅନ୍ୟ ପକ୍ଷରେ ବ୍ଲକ ଯୋଗାଣ ନିରୀକ୍ଷକ ଓ ଉପଖଣ୍ଡ ଯୋଗାଣ ଅଧିକାରୀ ଫୁଣ୍ଡା ସ୍ଥିତ ଭାରତୀ ଗ୍ୟାସ ଏଜେନ୍ସି ର ସିଲିଣ୍ଡର ବୋଲି ଜାଣିଥିଲେ ସୁଦ୍ଧା ସମ୍ପୃକ୍ତ ଏଜେନ୍ସିକୁ ସିଲ ନ କରି ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ କେଵଳ ତଦନ୍ତ ଚାଲିଛି ବୋଲି ବୁଆଁ ବୁଲାଉଥିବା ଅଭିଯୋଗ ହୁଏ । ଏ ସଂପର୍କରେ ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲଙ୍କୁ ପଚାରିବାରୁ ଏହାର ତଦନ୍ତ କରାଯିବ ବୋଲି କହିଥିଲେ ।

What's Your Reaction?

like

dislike

love

funny

angry

sad

wow