ଅନ୍ତର୍ଲା–ସାହାଜବାହାଲି ରାସ୍ତା ଶୋଚନୀୟ, ମରାମତି ଦାବି,
ଅନ୍ତର୍ଲା–ସାହାଜବାହାଲି ରାସ୍ତା ଶୋଚନୀୟ, ମରାମତି ଦାବି,
ଗୋଲାମୁଣ୍ଡା ବ୍ଲକ, ରୁ ଉପେନ୍ଦ୍ର ବଗର୍ତ୍ତି ୨୫/୦୮:(ଶୁଭମ ବାର୍ତ୍ତା) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ନକଟିକାନୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅନ୍ତର୍ଲା ଗ୍ରାମରୁ ସାହାଜବାହାଲି ପଡ଼ାକୁ ସଂଯୋଗ କରୁଥିବା ରାସ୍ତା ଦୀର୍ଘଦିନ ହେଲା ଶୋଚନୀୟ ହୋଇପଡ଼ିଛି। ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲଖମା ହେବା ସହ ବର୍ଷା ପାଣି ଜମି ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଏହି ରାସ୍ତା ଉପରେ ଛାତ୍ରଛାତ୍ରୀ, ଚାଷୀ ଓ ସ୍ଥାନୀୟ ଲୋକେ ଦୈନନ୍ଦିନ ଯାତାୟାତ ପାଇଁ ନିର୍ଭର କରୁଥିବାରୁ ଦୁରବସ୍ଥା ଯୋଗୁଁ ଦୁର୍ଘଟଣାର ଆଶଙ୍କା ମଧ୍ୟ ରହିଛି। ପୂର୍ବରୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହୋଇଛି। ପଞ୍ଚାୟତ ଅଧୀନରେ ଉନ୍ନୟନ କାର୍ଯ୍ୟ ପାଇଁ ପାଣ୍ଠି ଥିବା ସତ୍ତ୍ୱେ ରାସ୍ତା ଦୀର୍ଘଦିନ ଅବହେଳିତ ରହିବାକୁ ନେଇ ପଞ୍ଚାୟତ ପ୍ରଶାସନର ଭୂମିକା ଉପରେ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ତେବେ ଏନେଇ ପଞ୍ଚାୟତ ପ୍ରଶାସନର ପକ୍ଷ ମିଳିପାରିନାହିଁ। ତୁରନ୍ତ ଖାଲଖମା ପୂରଣ ସହ ରାସ୍ତାର ଆବଶ୍ୟକ ମରାମତି ଓ ଦୀର୍ଘମିଆଦୀ ଉନ୍ନତୀକରଣ ପାଇଁ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
What's Your Reaction?