ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର ଙ୍କୁ ଧନ୍ୟବାଦ୍ ଜଣାଇଲା 'ବିକାଶ ମଞ୍ଚ ନର୍ଲା',
ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର ଙ୍କୁ ଧନ୍ୟବାଦ୍ ଜଣାଇଲା 'ବିକାଶ ମଞ୍ଚ ନର୍ଲା'
ନର୍ଲା ଶୁଭମ ବାର୍ତ୍ତା :- କଥାରେ ଅଛି ଗାଁ ର ବିକାଶ୍ ହେଲେ ଦେଶର ବିକାଶ୍ ହୋଇଥାଏ, ଯେବେଠୁ ଦେଶରେ ବିଜେପି ନେତୃତ୍ଵାଧୀନ N D A ସରକାର୍ ଗଠନ ହେଲା ଦେଶ ବିକାଶ ଆଡ଼କୁ ଆଗେଇବାରେ ଲାଗିଲା, ସେଥିପାଇଁ କେନ୍ଦ୍ର ସରକାର ହେଉ ଅବା ରାଜ୍ୟ ସରକାର ଗ୍ରାମାଞ୍ଚଳ ଗୁଡ଼ିକୁ ତାର ଭୌଗଳିକ କାରଣ ଓ ଲୋକ ସଂଖ୍ୟା କୁ ଆଖି ଆଗରେ ରଖି ସହରାଞ୍ଚଳ ରେ ପରିଣତ କରିବା ପାଇଁ ଅନେକ୍ ପଦକ୍ଷେପ ନେଉଛନ୍ତି । ସେହି କ୍ରମ ରେ ଗତ ସ୍ୱାୟତ୍ତ ଶାସନ ଦିବସ ଅବସର ରେ ରାଜ୍ୟରେ ୭ ଟି ମ୍ୟୁନସିପାଲିଟି ସହିତ ୧୬ ଟି N A C ଘୋଷଣା କରିଥିଲେ। ସେହି ଘୋଷଣା ରେ ନର୍ଲା ସହର ର ନାଁ ଥିବାରୁ 'ବିକାଶ ମଞ୍ଚ ନର୍ଲା ' ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର ଙ୍କ ସହିତ କେନ୍ଦ୍ର ସରକାର ଙ୍କୁ ମଧ୍ୟ ଧନ୍ୟବାଦ୍ ଜଣାଇଥିବା ଦେଖିବାକୁ ମିଳିଛି।ଏହି ସାମ୍ବାଦିକ ସମ୍ମିଳନୀ ଟି ନର୍ଲା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଟିତ ହୋଇଥିଲା, 'ବିକାଶ ମଞ୍ଚ ନର୍ଲା ' ର ସଭାପତି ପ୍ରଦୀପ୍ କୁମାର୍ ନାଏକ୍ ଭିଡିଓ ବାର୍ତ୍ତା ମାଧ୍ୟମରେ ଧନ୍ୟବାଦ୍ ଜଣାଇ ଥିବା ଦୃଶ୍ୟ ସାମ୍ବାଦିକ ମାନଙ୍କ କ୍ୟାମେରା ରେ ଉତ୍ତୋଳନ ହୋଇଥିଲା। ପାଖରେ ଉପ ସଭାପତି ଜଗନ୍ନାଥ ସାହୁ, ସାଧାରଣ ସମ୍ପାଦକ ଚିରଞ୍ଜିବୀ ଗଉଡ଼ିଆ, କୋଷାଧ୍ୟକ୍ଷ ଡୋଳା ମଣି ସାହୁ ଓ ସମିର୍ ଚାନ୍ଦ୍ ପ୍ରମୁଖ ଉପସ୍ଥିତ ଥିଲେ।
ନର୍ଲା ରୁ ଜଗତ ରାମ ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?