ସେବା ପକ୍ଷ ଉପଲକ୍ଷେ ମଣ୍ଡଳ ସ୍ତରୀୟ କର୍ମଶାଳା ଓ ମିଶ୍ରଣ ପର୍ବ।
ସେବା ପକ୍ଷ ଉପଲକ୍ଷେ ମଣ୍ଡଳ ସ୍ତରୀୟ କର୍ମଶାଳା ଓ ମିଶ୍ରଣ ପର୍ବ।
ଗୋଲାମୁଣ୍ଡା ୦୮/୦୯(ଶୁଭମ ବାର୍ତ୍ତା)
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସଦରମହକୁମା ବିଜୁ କଲ୍ୟାଣ ମଣ୍ଡପ ଠାରେ ଆଜି ଗୋଲାମୁଣ୍ଡା ମଣ୍ଡଳ ସଭାପତି ବୈଶାଖୁ କେତକୀ ଙ୍କ ସଭାପତିତ୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦୋମୋଦର ଦାସ ମୋଦିଙ୍କ ଜନ୍ମଦିନ ପାଇଁ ଗୋଲାମୁଣ୍ଡା ମଣ୍ଡଳ ସ୍ତରୀୟ ସେବା ପକ୍ଷ ଉପଲକ୍ଷେ ଗୋଲାମୁଣ୍ଡା ମଣ୍ଡଳ ସ୍ତରୀୟ କର୍ମଶାଳା ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।ଏହି କର୍ମଶାଳାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଜୁନାଗଡ଼ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ମନୋଜ କୁମାର ମେହେର, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ, ମଣ୍ଡଳ ପର୍ଯ୍ୟବେକ୍ଷକ ଭାଗ୍ୟବାନ ବାଗ, ମଣ୍ଡଳ ପ୍ରଭାରି ପ୍ରଦିପ କୁମାର ପଣ୍ଡା, ଗୋଲାମୁଣ୍ଡା ମଣ୍ଡଳ ଉପ ସଭାପତି ଗଙ୍ଗା ବିଷ୍ଣୁ ମୁଣ୍ଡ, ଶ୍ୟାମସୁନ୍ଦର ଅଗ୍ରୱାଲା, ଉଦେଶୃଙ୍ଗ ସରପଞ୍ଚ ନାରାୟଣ ଅଘ୍ରିଆ ପ୍ରମୁଖ ମଞ୍ଚାସିନ ହୋଇ ସେବା ପକ୍ଷ ପାଇଁ ଯୋଜନା କରିଥିଲେ । ସେବା ପକ୍ଷ ରେ ଯେପରି ରକ୍ତ ଦାନ ଶିବିର, ବୃକ୍ଷ ରୋପଣ,ପ୍ଳାଟିକ ବର୍ଜନ, ସ୍ବଚ୍ଛତା , ସ୍ଵାସ୍ଥ୍ୟ ଶିବିର ପରି ବିଭିନ୍ନ କାର୍ଯ୍ୟକ୍ରମ କରି ଗୋଲାମୁଣ୍ଡା ବ୍ଲକ ଯେପରି ଉଦାହରଣ ସୃଷ୍ଟି କରିବ ସେଉପରେ ଯୋଜନା କରିଥିଲେ ।ପରେ ଭାରତୀୟ ଜନତା ପାର୍ଟିର ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।ଏହି ମିଶ୍ରଣ ପର୍ବ ରେ ଗୋଲାମୁଣ୍ଡା ବିଜେଡି ଯୁବ ସଂପାଦକ ଶ୍ରୀଯୁକ୍ତ ପ୍ରଶାନ୍ତ ସାହୁ, ବିଜେଡି ଯୁବ ଉପ ସଭାପତି ମହାଦେବ କାଣ୍ଡ,ମାନଝରୀ ଗ୍ରାମପଞ୍ଚାୟତ ବିଜେଡି ଉପ ସଭାପତି ଲୋଚନ କଟା, ବିଜେଡି କର୍ମୀ ଶଶିଧର ମାଝୀ ଚାରି ଜଣ ଭାଜପା ର ଅନୁଶାସନ ଓ କାର୍ଯ୍ୟ କର୍ମ ରେ ଅନୁପ୍ରାଣିତ ହୋଇ ବିଜେଡି ଛାଡି ବିଜେପି ରେ ଯୋଗଦାନ କଲେ ।ଏହି କାର୍ଯ୍ୟକ୍ରମରେ ଶତାଧିକ ଭାଜପା କର୍ମୀ ଉପସ୍ଥିତି ରେ କର୍ମଶାଳା ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।
ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?