କପା ଚାଷ ଜମିକୁ ଯାଉଥିବା ବେଳେ ହାତୀ ଆକ୍ରମଣରେ ପଡି ଚାଷୀ ମୃତ୍ୟୁ,
କପା ଚାଷ ଜମିକୁ ଯାଉଥିବା ବେଳେ ହାତୀ ଆକ୍ରମଣରେ ପଡି ଚାଷୀ ମୃତ୍ୟୁ,
ଲାଞ୍ଜିଗଡ଼: ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜର ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ଆଦିବାସୀଙ୍କ ମୃତ୍ୟୁ ହୋଇଛି। ମୃତକ ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ବିଜେପୁର ସେକ୍ସନ ଅନ୍ତର୍ଗତ ବେନଗାଁ ପଞ୍ଚାୟତ ବେତିଆପଡା ଗ୍ରାମର ଡ୍ରିମ୍ବା ମାଝୀ ବୋଲି ଜଣାପଡିଛି।କପା ଚାଷ ଜମିକୁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ ସୂଚନା ଅନୁସାରେ,ଆଜି ସକାଳ ସାଢେ ୬ ରୁ ସାଢେ ୭ ଘଣ୍ଟା ସମୟରେ ଡ୍ରିମ୍ବା ନିଜ ଗାଁ ଠାରୁ ୫୦୦ ମିଟର ଦୂରରେ ପଟାଙ୍ଗପଦର ଗାଁ ଯିବା ରାସ୍ତାରେ ଥିବା ନିଜ କପା ଚାଷ ଜମିକୁ ଯାଉଥିବା ବେଳେ ଜଙ୍ଗଲରୁ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀ ଡ୍ରିମ୍ବାଙ୍କୁ ଉଠାଇ କଚାଡି କଚାଡି ମାରିଥିଲା ଏବଂ ଘଟଣା ସ୍ଥଳରେ ହି ଡ୍ରିମ୍ବା ମାଝିଙ୍କ ମୃତ୍ୟୁ ହେଇଥିବା ସୂଚନା ମିଳିଛି,
What's Your Reaction?