ନର୍ଲା ପୋଲିସର ବଡ ସଫଳତା,ପେଟ୍ରୋଲିଙ୍ଗ ସମୟରେ ଚାରି ଡକାୟତ ଗିରଫ ଓ ଦୁଇ ଫେରାର,

Sep 23, 2026 - 11:14
Sep 23, 2026 - 11:22
 0  78
ନର୍ଲା ପୋଲିସର ବଡ ସଫଳତା,ପେଟ୍ରୋଲିଙ୍ଗ ସମୟରେ ଚାରି ଡକାୟତ ଗିରଫ ଓ ଦୁଇ ଫେରାର,

ନର୍ଲା ପୋଲିସର ବଡ ସଫଳତା,ପେଟ୍ରୋଲିଙ୍ଗ ସମୟରେ ଚାରି ଡକାୟତ ଗିରଫ ଓ ଦୁଇ ଫେରାର,

 

ନର୍ଲା ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ପୋଲିସକୁ ମିଳିଛି ବଡ଼ ସଫଳତା,ପ୍ରତିଦିନ ଭଳି ସୋମବାର ଦିନ ବିଳମ୍ବିତ ରାତିରେ ନର୍ଲା ପୋଲିସର ପେଟ୍ରୋଲିଙ୍ଗ କରୁଥିବା ସମୟରେ ବାଳସିଙ୍ଗା ନିକଟବର୍ତ୍ତୀ ଏକ ଶୂନଶାନ ଜାଗାରେ ୬ଜଣ ଅସାମାଜିକ ଯୁବକ ଡକାୟତି ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ପାଇ ନର୍ଲା ପୋଲିସ ପହଂଚି କାବୁ କରିଥିଲା l ସେମାନଙ୍କ ମଧ୍ୟରୁ ୪ଜଣ ଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଦୁଇଜଣ ଫେରାର ମାରିଥିଲେ, ଡକାୟତ ମାନଙ୍କ ପାଖରୁ ବ୍ୟବହୃତ ୩ଟି ବାଇକ, ପିସ୍ତଲ, ଗୋଟିଏ ଖଣ୍ଡା ଜବତ କରି ତାଙ୍କ ନାଁ ରେ କେଶ ୠଜୁକରି କୋର୍ଟ ଚାଲାଣ କରିଛି ନର୍ଲା ପୋଲିସ,

ସେମାନଙ୍କ ମଧ୍ୟରୁ ଜଣେ ହେଲେ ନର୍ଲା ବ୍ଲକ ଅନ୍ତର୍ଗତ ଭାନପୁର ଗାଁ ର ୧୯ବର୍ଷୀୟ ଚନ୍ଦନ ମାଝୀ, ଓ ଅନ୍ୟ ତିନିଜଣ ହେଲେ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନ ପୂର ପଂଚାୟତ ଭାଲୁଚଂଚରା ଗାଁର ୧୯ବର୍ଷୀୟ କ୍ଷୀରସିନ୍ଧୁ ମାଝୀ, ୨୫ବର୍ଷୀୟ ଗର ମାଝୀ ଓ ୨୩ବର୍ଷୀୟ ବବଲୁ ମାଝୀ ବୋଲି ସୂଚନା ମିଳିଛି! ଫେରାର ମାରିଥିବା ଅନ୍ୟ ଦୁଇଜଣ ଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ନର୍ଲା ଥାନା ଅଧିକାରୀ କୈବଲ୍ୟ ସେଠଙ୍କ ପକ୍ଷରୁ ସୂଚନା ମିଳିଛି!

What's Your Reaction?

like

dislike

love

funny

angry

sad

wow