ନର୍ଲା ସହର ରେ ପାଳିତ ହେଲା ମାଁ ଗଜଲକ୍ଷ୍ମୀ ପୂଜା,

Oct 8, 2025 - 12:21
Oct 8, 2025 - 12:22
 0  30
ନର୍ଲା ସହର ରେ ପାଳିତ ହେଲା  ମାଁ ଗଜଲକ୍ଷ୍ମୀ  ପୂଜା,

ନର୍ଲା ସହର ରେ ପାଳିତ ହେଲା ମାଁ ଗଜଲକ୍ଷ୍ମୀ ଙ୍କ ପୂଜା,

ନର୍ଲା ଶୁଭମ ବାର୍ତ୍ତା :- ମଣିଷ ବଞ୍ଚିବାକୁ ହେଲେ ବସ୍ତ୍ର ଓ ବାସ ଗୃହ ସହିତ ଖାଦ୍ୟ ର ନିହାତି ଆବଶ୍ୟକ ସେଥିପାଇଁ ଧନଦାତ୍ରୀ ମାଁ ଗଜଲକ୍ଷ୍ମୀ ଙ୍କ କୃପା ଲଭିବା ପାଇଁ ଗାଁ ଠୁ ସହର ଚାରିଆଡ଼େ ମାଁ ଙ୍କ ପୂଜା ଅର୍ଚ୍ଚନା ଚାଲିଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ସହର ରେ ମଧ୍ୟ ମାଁ ଙ୍କ ପୂଜା ମହା ଆଡ଼ମ୍ବର ସହିତ ପାଳନ କରାଯାଉଛି। ରବିବାର ସନ୍ଧ୍ୟା ରେ କଳସ ଯାତ୍ରା ରୁ ଆରମ୍ଭ ହୋଇ ଥିବା ଉକ୍ତ ପୂଜା ର ସନ୍ଧ୍ୟା ଆଳତି ସମୟରେ ହଜାର ହଜାର ଭକ୍ତ ଙ୍କ ସମାଗମ ହେଉଛି। ବ୍ରାହ୍ମଣ ଙ୍କ ମନ୍ତ୍ର ପାଠ ସହିତ ସୁସଜ୍ଜିତ ଆଲୋକ ମାଳା ରେ ଝଲସୁଛି ନର୍ଲା ସହର। ପ୍ରତିଦିନ ଦିନ ବେଳେ ଶ୍ରଦ୍ଧାଳୁ ଙ୍କ ସହିତ ସମସ୍ତଙ୍କ ପାଇଁ ଙ୍କ ଆନନ୍ଦ ବଜାର ରେ ଅର୍ଣ୍ଣ ଭୋଗ ର ଆୟୋଜନ ହେଉଥିବା ବେଳେ ସନ୍ଧ୍ୟା ଆଳତି ପରେ ବିଭିନ୍ନ ପ୍ରକାର ର ମିଷ୍ଟାନ୍ନ ଭୋଗ ବଣ୍ଟନ କରାଯାଉଛି।ପ୍ରତିବର୍ଷ କେବଳ ଗୋଟିଏ ମଣ୍ଡପ ରେ ନର୍ଲା ବଣିକ ସଂଘ ପକ୍ଷରୁ ମାଁ ଙ୍କ ପୂଜା ହେଉଥିଲା କିନ୍ତୁ ଚଳିତ ବର୍ଷ ମାଁ ଗଜଲକ୍ଷ୍ମୀ ପୂଜା କମିଟି ଓ ବଣିକ ସଂଘ ପୃଥକ୍ ପୃଥକ୍ ଭାବେ ମାଁ ଙ୍କ ପୂଜା କରୁଥିବା ଦେଖିବାକୁ ମିଳିଛି। ରାତିରେ ସ୍ଥାନୀୟ କଳାକାର୍ ମାନଙ୍କ ଦ୍ଵାରା ହେଉଥିବା ଭଜନ ସନ୍ଧ୍ୟା ଦେଖଣାହାରୀ ଙ୍କ ମନ ମୋହୁଛି। ତିନି ଦିନ ଧରି ଅନୁଷ୍ଟିତ ହେଉଥିବା ଧନାଦାତ୍ରୀ ମାଁ ଗଜଲକ୍ଷ୍ମୀ ଙ୍କ ପୂଜା ଆସନ୍ତା କାଲି ସମାପନ ହେବ।

  ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow