ଏକ ବର୍ଷ ପୂର୍ବରୁ ଖବର ପ୍ରସାରଣ ପରେ ମଧ୍ୟ ପ୍ରଶାସନ ଦୃଷ୍ଟି ଦେଉ ନାହିଁ।
ଏକ ବର୍ଷ ପୂର୍ବରୁ ଖବର ପ୍ରସାରଣ ପରେ ମଧ୍ୟ ପ୍ରଶାସନ ଦୃଷ୍ଟି ଦେଉ ନାହିଁ।
ଶୁଭମ ବାର୍ତ୍ତା:- (ତପିନ୍ଦ୍ର ସାହୁ ) କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଂଚାୟତ ସିଲେଟପଡା ଠାରୁ କୁସୁର୍ଲା ହରଗୋରି ମନ୍ଦିର ଛକ ୫୯ ଜାତୀୟ ରାଜପଥ ଏନ ଏଚ କୁ ସଂଯୋଗ କରୁଥିବା ସିଲେଟପଡା ରାସ୍ତା ମରଣଜନ୍ତା ପାଲଟିଛି ! ୨୦୧୫ ମସିହା ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା ମରାମତି କାର୍ଯ୍ୟ କିମ୍ବା ନୂତନ କାର୍ଯ୍ୟ ହୋଇପାରି ନଥିବାରୁ ତିନି ବର୍ଷ ଧରି ରାସ୍ତା ବିପଦ ପୂର୍ଣ୍ଣ ହୋଇ ପଡିଛି। ବର୍ଷା ମାସରେ ବର୍ଷା ଯୋଗୁ ବିପଦ ଅବସ୍ଥା ରେ ରହିଛି। ଉକ୍ତ ରାସ୍ତା ରେ ଯାତାୟାତ କରୁଥିବା ଛାତ୍ର ଛାତ୍ରୀ ଏବଂ ଆଖ ପାଖ ଅଂଚଳ ଗାଁ ଲୋକେ ପ୍ରତି ଦିନ ଦୁର୍ଘଟଣା ଶିକାର ହେଉଥିବା ସାମାଜିକ କର୍ମୀ ଚୈତନ୍ୟ ସାହୁ, ଦ୍ରୋଣ ସାହୁ, କଲେକ୍ଟର ଙ୍କୁ ଏବଂ ବିଡ଼ିଓ ଙ୍କୁ ବାରମ୍ବାର ଲିଖିତ ଭାବରେ ଜଣାଇ ଥିଲେ ମଧ୍ୟ କର୍ଣ୍ଣ ପାତ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ! ସୂଚନା ମୁତାବକ ଗତ ୨୦୨୩ ମସିହା ଅଗଷ୍ଟ ମାସରେ ଜିଲ୍ଲା ପରିଷଦ ସୁରେଶ ଚୌଧାରୀ ତତ୍କାଲିନ ୫-ଟି ସଚିବଙ୍କୁ ଲିଖିତ ଦାବି ଗ୍ରାମ୍ୟ ଉନ୍ନୟନ ବିଭାଗ ର ନିର୍ଦେଶ କ୍ରମେ କେସିଙ୍ଗା ଆରଡ଼ି ଅଫିସର ଅଧିକ୍ଷଣ ଯନ୍ତ୍ରୀ ମୁଖ୍ୟ ଯନ୍ତ୍ରୀ ଭୁବନେ ଶବରଙ୍କୁ ଏକ ଚିଠି ଲେଖି ଏହାର ମରାମତି ପାଇଁ ଏକ କୋଟି ଷାଠିଏ ଲକ୍ଷ୍ୟ ଟଙ୍କାର ଆବଶ୍ୟକତା ଥିବା ର ଉଲେଖ୍ୟ କରିଥିଲେ କିନ୍ତୁ ଆଜି ଯାଏ କୌଣସି କାର୍ଯ୍ୟ ହୋଇପାରୁନି, ସାମାଜିକ କର୍ମୀ ଗୋପୀନାଥ ସାହୁ, ଚୈତନ୍ୟ ସାହୁ, ଦ୍ରୋଣ ସାହୁ, ଜନ୍ମ କମ୍ପ, ନୀଳାମ୍ବର ସାହୁ, ଭୋଇରମୁଣ୍ଡା ଗଜାନନ ଯୁବକ ସଂଙ୍ଘ ର ସମ୍ପାଦକ ତଥା ସମାଜସେବୀ ଅଶୋକ ସାହୁ, ତପୀନ୍ଦ୍ର ସାହୁ, ଏଥିପ୍ରତି ପ୍ରଶାସନ କୁ ଅଂଚଳ ବାସୀ ଅନୁରୋଧ କରିଛନ୍ତି,ଏହି କାମ ଶୀଘ୍ର ନ ହେଲେ ଜନ ସାଧାରଣ ରାଜ ରାସ୍ତା କୁ ଆସିବୁ ବୋଲି କହୁଛନ୍ତି ।
What's Your Reaction?