ଭାରତୀୟ ମଜଦୁର୍ ସଂଘ କଳାହାଣ୍ଡି ପକ୍ଷରୁ ନର୍ଲା ତହସିଲ୍ କାର୍ଯାଳୟ ସମ୍ମୁଖରେ ଧାରଣା ଓ ଦାବିପତ୍ର ପ୍ରଦାନ୍,

Jul 19, 2025 - 18:27
Jul 19, 2025 - 18:31
 0  55
ଭାରତୀୟ ମଜଦୁର୍ ସଂଘ କଳାହାଣ୍ଡି ପକ୍ଷରୁ ନର୍ଲା ତହସିଲ୍ କାର୍ଯାଳୟ ସମ୍ମୁଖରେ ଧାରଣା ଓ ଦାବିପତ୍ର ପ୍ରଦାନ୍,

ଭାରତୀୟ ମଜଦୁର୍ ସଂଘ କଳାହାଣ୍ଡି ପକ୍ଷରୁ ନର୍ଲା ତହସିଲ୍ କାର୍ଯାଳୟ ସମ୍ମୁଖରେ ଧାରଣା ଓ ଦାବିପତ୍ର ପ୍ରଦାନ୍,

ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମଣ୍ଡିରେ କାମ କରୁଥିବା ହେମାଲ୍ ମାନଙ୍କ ୨୦୨୨-୨୩ ବର୍ଷ ର ବକେୟା ଥିବା ବର୍ଦ୍ଧିତ ମଜୁରୀ ନମିଳିବାରୁ ଭାରତୀୟ ମଜଦୁର୍ ସଂଘ ଅନୁବନ୍ଧିତ ଓଡିଶା କୃଷି ଓ ଗ୍ରାମୀଣ ମଜଦୁର୍ ସଂଘ କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ ଏକ ଦାବୀ ପତ୍ର ନର୍ଲା ଓ କର୍ଲାମୁଣ୍ଡା ତହସିଲଦାର୍ ଙ୍କ ମାଧ୍ୟମରେ ସମବାୟ ସମିତି ସମୂହ କଳାହାଣ୍ଡି କୁ ପ୍ରଦାନ୍ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ମଜଦୂର୍ ସଂଘ ର ଜିଲ୍ଲା ସମ୍ପାଦକ ବିଶ୍ଵ ରଞ୍ଜନ ସା, ମଜଦୂର୍ ସଂଘ ର ଓଡ଼ିଶା ପ୍ରଭାରୀ ବିରଞ୍ଚି ନାରାୟଣ ପଣ୍ଡା ଓ ତାଙ୍କ ସହଯୋଗୀ ଙ୍କ ସହିତ ଶତାଧିକ ମଜଦୂର୍ ଭାଇ ଉପସ୍ଥିତ ଥିଲେ। ସେମାନଙ୍କ ଦାବିପତ୍ର ରେ ଉଲ୍ଲେଖ ଅଛିଯେ, ଓଡିଶା ସରକାର ଙ୍କ ଖାଦ୍ୟ ଯୋଗାଣ ବିଭାଗ ଦ୍ଵାରା ଗତ ମାସ ନଭେମ୍ବର୍ ୧୭ ତାରିଖ ର ପତ୍ର ସଂଖ୍ୟା ୧୭୦୫୬ ମୁତାବକ ମଜୁରୀ ବାବଦକୁ କୁଇଣ୍ଟାଲ୍ ପିଛା ୮ ଟଙ୍କା ୪୬ ପଇସା ରୁ ୧୩ ଟଙ୍କା ୧୪ ପଇସା କୁ ବୃଦ୍ଧି କରିଛନ୍ତି ,ତାହା ୨୦୨୨ ଖରିଫ ଋତୁରୁ ଲାଗୁ ହୋଇଛି ,କିନ୍ତୁ ଶ୍ରମିକ ମାନେ ୨୦୨୩ ର ଖରିଫ୍ ଋତୁର ବର୍ଦ୍ଧିତ ମୂଲ୍ୟ ପାଇଥିବା ବେଳେ ୨୦୨୨ ର ଖରିଫ୍ ଋତୁ ଓ ୨୦୨୩ ର ରବି ଋତୁ ଦୁଇଟି ସିଜନ୍ ର ବର୍ଦ୍ଧିତ ମଜୁରୀ ମିଳିନଥିବା ଅଭିଯୋଗ୍ କରିଛନ୍ତି। ସରକାର୍ ଯଦି ତାଙ୍କର ଦାବୀ ପୁରଣ ନ କରନ୍ତି ତା ହେଲେ ଆଗାମୀ ଦିନରେ ସଂଘ ରାଜ ରାସ୍ତା କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

    ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow