ମହାଭାରତ ମହାପାରାୟଣ ପାଇଁ ପ୍ରସ୍ତୁତି ବୈଠକ ଏବଂ ବ୍ୟାସ ବରଣ କାର୍ଯ୍ୟ କର୍ମ,

Nov 27, 2025 - 05:42
 0  78
ମହାଭାରତ ମହାପାରାୟଣ ପାଇଁ ପ୍ରସ୍ତୁତି ବୈଠକ ଏବଂ ବ୍ୟାସ ବରଣ କାର୍ଯ୍ୟ କର୍ମ,

ମହାଭାରତ ମହାପାରାୟଣ ପାଇଁ ପ୍ରସ୍ତୁତି ବୈଠକ ଏବଂ ବ୍ୟାସ ବରଣ କାର୍ଯ୍ୟ କର୍ମ 

ଗୋଲାମୁଣ୍ଡା ୨୬/୧୧(ଶୁଭମ ବାର୍ତ୍ତା) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଡୁଡୁକେଲ ଗ୍ରାମ ବ୍ଳକ ଯାଦବ ଭବନ ଠାରେ ଗୋଲାମୁଣ୍ଡା ବ୍ଲକ ଯାଦବ ମହାସଭା ର ଆୟୋଜନ ରେ ମହାଭାରତ ମହାପାରାୟଣ ମହାଯଜ୍ଞ ପ୍ରସ୍ତୁତି ବୈଠକ ଗୋଲାମୁଣ୍ଡା ବ୍ଲକ ଯାଦବ ସମାଜ ସଭାପତି ଶ୍ରୀଯୁକ୍ତ ଗିରିଧାରୀ ତେଜି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରସ୍ତୁତି ବୈଠକ ରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ୨୭ ଗୋଟି ଆଞ୍ଚଳିକ ଯାଦବ ସମାଜ ର କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଥିଲା । ବ୍ୟାସ ପାଇଁ ସୁଦୁର ସୋନପୁର ର ପ୍ରକ୍ଷାତ ପ୍ରବଚକ ଶ୍ରୀଯୁକ୍ତ ଗୋବର୍ଦ୍ଧନ ମିଶ୍ରଙ୍କୁ ମହାଭାରତ ମହାପରାୟଣ କମିଟି ତରଫରୁ ବ୍ୟସ ବରଣ କରାଯାଇଥିଲା ।ଏହି ଅବସରରେ ମହାଭାରତ ମହାପରାୟଣ ର କର୍ତ୍ତା ରାମ କୃଷ୍ଣ ବଗର୍ତ୍ତି,ଗୋଲାମୁଣ୍ଡା ବ୍ଲକ ଯାଦବ ସମାଜ ର ସଂପାଦକ ପରୀକ୍ଷିତ ଖର୍ସେଲ,ଉପ ସଭାପତି ଶ୍ରୀଯୁକ୍ତ ରେବା କଟା , ଯୁଗ୍ମ ସଂପାଦକ ଶ୍ରୀଯୁକ୍ତ ସଦାଶିବ ବେମାଲ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଧନେଶ୍ଵର ଚଲାନ, ଦଶପୁର ଜୋନାଲ ସଭାପତି ଶ୍ରୀଯୁକ୍ତ ତିଲେଶ୍ଵର ଘି, ,ଦେବାର୍ଚନ ବଗର୍ତ୍ତୀ,ଧନିରାମ ଭାଟି,ଯୁବ ଯାଦବ ବ୍ରହ୍ମା ପ୍ରସାଦ କାଣ୍ଡ ପ୍ରମୁଖ ଉପସ୍ଥିତି ଥିଲେ ।

ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow