କାର୍ଲିରେ ବନ୍ୟା ପାଣିରେ ଫସିଲେ ୬ ଚାଷୀ, ଅଗ୍ନିଶମ ବାହିନୀ କଲେ ଉଦ୍ଧାର,
କାର୍ଲିରେ ବନ୍ୟା ପାଣିରେ ଫସିଲେ ୬ ଚାଷୀ, ଅଗ୍ନିଶମ ବାହିନୀ କଲେ ଉଦ୍ଧାର
ଗୋଲାମୁଣ୍ଡା, ୨୪/୦୮(ଶୁଭମ ବାର୍ତ୍ତା ଉପେନ୍ଦ୍ର ବଗର୍ତ୍ତି): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ରେଙ୍ଗଶାପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ କାର୍ଲି ଗ୍ରାମରେ ହଠାତ୍ ବନ୍ୟା ପାଣି ବଢ଼ିଯିବାରୁ ଚାଷଜମି ନିକଟରେ ୬ ଜଣ ଚାଷୀ ଫସିଯାଇଥିବା ଜଣାପଡ଼ିଛି। ପରେ ଅଗ୍ନିଶମ ବିଭାଗର ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଚାଷୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ସୂଚନା ଅନୁସାରେ, ସୋମବାର ସକାଳ ପ୍ରାୟ ୫ଟା ସମୟରେ ପାଣିର ମାତ୍ରା କମ୍ ଥିବାବେଳେ କାର୍ଲି ଗ୍ରାମର ୬ ଜଣ ଚାଷୀ ନିଜ ଚାଷଜମି ନିକଟସ୍ଥ କଛାରକୁ ଯାଇଥିଲେ। ତେବେ ପରବର୍ତ୍ତୀ ସମୟରେ ହଠାତ୍ ବନ୍ୟା ପାଣି ବଢ଼ିଯିବାରୁ ସେମାନେ ଫେରିପାରିନଥିଲେ ଏବଂ ପାଣି ଘେରରେ ଫସି ରହିଥିଲେ।ଫସିଥିବା ଚାଷୀମାନେ ହେଲେ ସୁଶାନ୍ତ ବିଶ୍ୱାଳ, ବିଭୁତି ବୁଦ୍ଧିଆ, ଉମା ବୁଦ୍ଧିଆ, ଯୁଜେଷ୍ଟି ବୁଦ୍ଧିଆ, ନିରଞ୍ଜନ ହଂସ ଓ ଘନଶ୍ୟାମ ବୁଦ୍ଧିଆ। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପରିବାରଲୋକ ଓ ସ୍ଥାନୀୟ ଲୋକେ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲଙ୍କ ସହ ଯୋଗାଯୋଗ କରିଥିଲେ । ଏନେଇ ଶ୍ରୀ ଅଗ୍ରୱାଲ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିବା ଜଣାପଡ଼ିଛି । ସୂଚନା ପାଇ ଅଗ୍ନିଶମ ବିଭାଗର ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ବନ୍ୟା ପାଣି ମଧ୍ୟରୁ ଚାଷୀମାନଙ୍କୁ ଉଦ୍ଧାର କରିଥିଲେ। ଘଟଣାରେ ସମସ୍ତ ୬ ଜଣ ଚାଷୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ଜଣାପଡ଼ିଛି।
What's Your Reaction?