ଗୋଲାମୁଣ୍ଡା ବ୍ଲକ ରେ ୫୫୩ ଜଣ ଛାତ୍ର ଛାତ୍ରୀ ଦେଲେ ବୃତ୍ତି ପରୀକ୍ଷା,
ଗୋଲାମୁଣ୍ଡା ବ୍ଲକ ରେ ୫୫୩ ଜଣ ଛାତ୍ର ଛାତ୍ରୀ ଦେଲେ,ବୃତ୍ତି ପରୀକ୍ଷା,
ଗୋଲାମୁଣ୍ଡା ତା ୨୨/୦୯(ଶୁଭମ ବାର୍ତ୍ତା) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ରେ ଆଜି ଦୁଇଟି ପରୀକ୍ଷା କେନ୍ଦ୍ରରେ ୫୫୩ ଜଣ ଛାତ୍ର ଛାତ୍ରୀ ତୃତୀୟ ଓ ପଞ୍ଚମ ଶ୍ରେଣୀ ର ଛାତ୍ର ବୃତ୍ତି ପରୀକ୍ଷା ଦେଇଥିଲେ । ଗୋଲାମୁଣ୍ଡା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ଛାତ୍ର ବୃତ୍ତି ପରୀକ୍ଷା ରେ ୨୭୫ ଜଣ ଙ୍କ ପଞ୍ଜିକରଣ ହୋଇଥିବା ବେଳେ ୨୩୭ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ ଏବଂ ୩୮ ଜଣ ଛାତ୍ର ଛାତ୍ରୀ ଅନୁପସ୍ଥିତ ଥିଲେ । ସେହିଭଳି ଖଲିଆକାନି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀର ୩୭୧ ଜଣ ଛାତ୍ର ଛାତ୍ରୀ ପଞ୍ଜିକରଣ ହୋଇଥିବା ବେଳେ ୩୧୬ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ ଏବଂ ୫୫ ଜଣ ଅନୁପସ୍ଥିତ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜେଶ ନାୟକ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଦୁଇଟି କେନ୍ଦ୍ର କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ସମସ୍ତ ସି ଆର୍ ସି ସି ଛାତ୍ର ବୃତ୍ତି ପରୀକ୍ଷାକୁ ତଦାରଖ କରିଥିବା ଜଣାପଡିଛି ।
ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?