ଭାନପୁର କ୍ଳକ୍ଷ୍ଟ ର ସ୍ତରୀୟଶିଶୁ ମହୋତ୍ସବ 'ସୁରଭି "୨୦୨୫ ଅନୁଷ୍ଟିତ,

Oct 12, 2025 - 16:48
Oct 12, 2025 - 16:58
 0  39
ଭାନପୁର କ୍ଳକ୍ଷ୍ଟ ର ସ୍ତରୀୟଶିଶୁ ମହୋତ୍ସବ 'ସୁରଭି "୨୦୨୫ ଅନୁଷ୍ଟିତ,

ଭାନପୁର କ୍ଳକ୍ଷ୍ଟ ର ସ୍ତରୀୟଶିଶୁ ମହୋତ୍ସବ 'ସୁରଭି "୨୦୨୫ ଅନୁଷ୍ଟିତ,

ଶୁଭମ ବାର୍ତ୍ତା /ତପନ କୁମାର ସାହୁ:- ବାଗପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶିଶୁ ମହୋତ୍ସବ ସୁରଭି ୨୦୨୫ ଭାନପୁର ଆଞ୍ଚଳିକ ସାଧନ କେନ୍ଦ୍ର ନର୍ଲା ବ୍ଲକ କ୍ଲଷ୍ଟର କଳାହାଣ୍ଡି ଜିଲ୍ଲା ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସଙ୍ଗୀତ, ଚିତ୍ରାଙ୍କନ, ବ୍ରକୃତା, ନାଚ, ଗୀତ, ପ୍ରବନ୍ଧ ଲିଖନ, କୁଇଜ୍, ଶୃତ ଲିଖନ, ଓଡ଼ିଆ ହସ୍ତାକ୍ଷର, ଚିତ୍ର କଳା,ସାଂସ୍କୃତିକ କାର୍ଯ୍ୟ କ୍ରମ ଇତ୍ୟାଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିବା ବେଳେ ଆୟୋଜିତ କାର୍ଯ୍ୟକ୍ରମ ଟି କୁ ସି.ଆର୍.ସି.ସି ଶ୍ରୀ ଦୁର୍ଗା ମାଧବ କୁମାର୍ ପରିଚାଳନା କରିଥିଲେ।ମୁଖ୍ୟ ଅତିଥି ଭାବେ ବାଗପୁରଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀ ଗୋପାଳ ହାତୀ, ସମ୍ମାନିତ ଅତିଥିଭାବରେ ଭାନପୁର ସରପଞ୍ଚ ଶ୍ରୀ ଅନ୍ତରାମ ମାଝୀ ଉପସ୍ଥିତ ଥିଲେ,। ବାଗପୁର ୟୁପି ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ନକୁଳ ସେନାପତି ତଥା କ୍ଳଷ୍ଟର ସମସ୍ତ ପ୍ରଧାନ ଶିକ୍ଷକ ଓ ସମସ୍ତ ସହ ଶିକ୍ଷକ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ଭାନପୁର ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଶ୍ରୀ ସଞ୍ଜୟ ଦାସ ମଞ୍ଚ ପରିଚାଳନା କରିଥିଲେ ଏବଂ କ୍ରୀଡା ଶିକ୍ଷକ ଶ୍ରୀ ଧ୍ରୁବ ଚରଣ ନାଗ ସ୍କୁଲ ପରିଚାଳନା କମିଟିର ସଭାପତି ଡାକରୁଷି କରୁଆଁ ଙ୍କ ସମେତ ସମସ୍ତ ସଭ୍ୟ ସଭ୍ୟା ବାଗପୁର ସ୍କୁଲ ର ଶିକ୍ଷୟିତ୍ରୀ ସୋନିଆ ନାୟକ, ଶିକ୍ଷକ ଶ୍ରୀ ହରେକୃଷ୍ଣ ନାୟକ, ଶ୍ରୀମତୀ ସଂଗୀତ ବେହେରା କ୍ଳଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇ ପ୍ରାୟ ସମସ୍ତ କାର୍ଯ୍ୟ କୁ ବହୁ ସୁନ୍ଦର ଭାବରେ ଦାୟିତ୍ୱ ବହନ କରି ସମାପନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ୍ ଅର୍ପଣ କରି ସମାପ୍ତ କରାଯାଇଥିଲା l

What's Your Reaction?

like

dislike

love

funny

angry

sad

wow