ରୁପ୍ରାରୋଡ ସ୍ଥିତ ଏକଲ ଗ୍ରାମୋଥାନ୍ ଫାଉଣ୍ଡେସନ ସିଲେଇ ପ୍ରଶିକ୍ଷଣ ସଂସ୍ଥା ପକ୍ଷରୁ ଥାନାରେ ରକ୍ଷାବନ୍ଧନ ପର୍ବ ପାଳନ।

Aug 27, 2026 - 15:19
Aug 27, 2026 - 15:23
 0  38
ରୁପ୍ରାରୋଡ ସ୍ଥିତ ଏକଲ ଗ୍ରାମୋଥାନ୍ ଫାଉଣ୍ଡେସନ ସିଲେଇ ପ୍ରଶିକ୍ଷଣ ସଂସ୍ଥା ପକ୍ଷରୁ ଥାନାରେ ରକ୍ଷାବନ୍ଧନ ପର୍ବ ପାଳନ।

ରୁପ୍ରାରୋଡ ସ୍ଥିତ ଏକଲ ଗ୍ରାମୋଥାନ୍ ଫାଉଣ୍ଡେସନ ସିଲେଇ ପ୍ରଶିକ୍ଷଣ ସଂସ୍ଥା ପକ୍ଷରୁ ଥାନାରେ ରକ୍ଷାବନ୍ଧନ ପର୍ବ ପାଳନ।

ନର୍ଲା ଶୁଭମ ବାର୍ତ୍ତା (ଅଜିତ ମାଝୀ )- ଆଜି ହେଉଛି ଗମ୍ଭା ପୂର୍ଣ୍ଣିମା ଅର୍ଥାତ୍ ରାକ୍ଷୀ ପୂର୍ଣିମା ପର୍ବ ,ଏହି ପର୍ବ ସାରା ଭାରତବର୍ଷରେ ଧୁମ୍ ଧାମରେ ପାଳନ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ପରିସରରେ ରୁପ୍ରାରୋଡ ଗ୍ରାମର ଏକଲ ଗ୍ରାମୋଥାନ୍ ଫାଉଣ୍ଡେସନ ସିଲେଇ ପ୍ରଶିକ୍ଷଣ ସଂସ୍ଥା ପକ୍ଷରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା। ଉକ୍ତ ସଂସ୍ଥାରେ ପ୍ରଶିକ୍ଷଣ ନେଉଥିବା ଯୁବତୀ ମହିଳା ମାନେ ଏକତ୍ରିତ ହୋଇ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ଶ୍ରୀଯୁକ୍ତ କୈବଲ୍ୟ ସେଠ୍ ଙ୍କୁ ସାକ୍ଷାତ୍ କରି ରାକ୍ଷୀ ବାନ୍ଧିଥିଲେ ତତ୍ ସହିତ ଥାନାରେ କାର୍ଯ୍ୟରତ ସହ ଅଧିକାରୀ ପ୍ରଦୀପ କୁମାର ସେଠୀ, ଦୀପ୍ତି କାନ୍ତ ବାରିକ ଏ ,ଏସ, ଆଇ ବି ,କେ ପଣ୍ଡା ଅବନୀ ଖୁରା ସହିତ ଥାନାରେ କାର୍ଯ୍ୟରତ କର୍ମଚାରୀ ଙ୍କୁ ରାକ୍ଷୀ ବାନ୍ଧିଥିଲେ। ଏହି ପର୍ବ ଅବସରରେ ଥାନା ଅଧିକାରୀ ଶ୍ରୀଯୁକ୍ତ ସେଠ୍ ନର୍ଲା ଅଞ୍ଚଳବାସୀ ଙ୍କୁ ଶାନ୍ତି ଶ୍ରୁଖଳା ବଜାୟ ରଖିବା ପାଇଁ ବାର୍ତ୍ତା ଦେଇଥିଲେ ।

What's Your Reaction?

like

dislike

love

funny

angry

sad

wow