ଗୋରକେଲ୍ ଗାଁ ରେ ମାଁ କର୍ଲାସନୀ ଙ୍କ ଝାମୁ ଯାତ୍ରା ଅନୁଷ୍ଟିତ
ଗୋରକେଲ୍ ଗାଁ ରେ ମାଁ କର୍ଲାସନୀ ଙ୍କ ଝାମୁ ଯାତ୍ରା ଅନୁଷ୍ଟିତ
ନର୍ଲା ଶୁଭମ ବାର୍ତ୍ତା :- ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ କୁର୍ମେଲ୍ ପଞ୍ଚାୟତ ର ଗୋରକେଲ୍ ଗାଁ ରେ ମାଁ କର୍ଲାସନୀ ଙ୍କ ଝାମଯାତ୍ରା ମହା ଆଡ଼ମ୍ବର ସହିତ ପାଳନ କରାଯାଇଛି। ଦୀର୍ଘ ତିନି ପିଢ଼ି ରୁ ଅନୁଷ୍ଟିତ ହେଉଥିବା ଉକ୍ତ ଯାତ୍ରା ରେ ୧୨ ହାତ ଲମ୍ବ ର ଏକ ନିଆଁ କୁଣ୍ଡରେ କାଳୀସି ଲାଗିଥିବା ବ୍ୟକ୍ତି ଖାଲି ପାଦରେ ଚାଲିଥାନ୍ତି। ସେଥିପାଇଁ ଗାଁ ଲୋକେ ସକାଳ ଆଠଟାରୁ ବଡ଼ ବଡ଼ କାଠ କୁ ଜାଳି ଅଙ୍ଗାର ପ୍ରସ୍ତୁତ କରିଥାନ୍ତି। ଗାଁ ର ଗୌନ୍ତିଆ ଚିନ୍ତାମଣି ପାତ୍ର ଙ୍କ ମୁଣ୍ଡ ରେ ମାଁ କର୍ଲାସନୀ ଙ୍କ କାଳୀସି ଲାଗିବା ପରେ ସେହି କାଳୀସି ପ୍ରଥମେ ଗାଁ ପରିକ୍ରମା କରି ଘରେ ଘରେ ପୂଜା ପାଇବା ଦୃଶ୍ୟ ଦେଖିବାକୁ ମିଳିଥିଲା। ସେଥିପାଇଁ ଗାଁ ର ପ୍ରତେକ୍ ଘର ସାମ୍ନା ରେ କଳସ ସ୍ଥାପନ କରି ମାଁ ଙ୍କୁ ପୂଜା ଅର୍ଚ୍ଚନା କରାଯାଇଥିଲା। ପରେ ସନ୍ଧ୍ୟା ୫ ଟା ୩୦ ମିନିଟ୍ ରେ ମାଁ ଙ୍କ କାଳୀସି ପୂର୍ବରୁ ପ୍ରସ୍ତୁତ ହୋଇଥିବା ଅଗ୍ନିକୁଣ୍ଡ ରେ ଚାଲୁଥିବା ଦୃଶ୍ୟ ଦେଖଣାହାରୀ ଙ୍କ ମନରେ ବିଶ୍ୱାସ ଓ ଭକ୍ତି ଜାଗ୍ରତ କରିଥିଲା। ଏହି ଯାତ୍ରା ଦେଖିବାକୁ ଆଖ ପାଖ ଅଞ୍ଚଳ ର ହଜାର୍ ହଜାର୍ ଲୋକ ଙ୍କ ସମାଗମ ହୋଇଥିଲା
ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?